Odisha news

ବାର୍ଡ ଫ୍ଲì ଆତଙ୍କ

0

ଭୁବନେଶ୍ୱର,୨୮।୧: ଭୁବନେଶ୍ୱରରେ ଏବେ ‘ବାର୍ଡ ଫ୍ଲì ’ ଆତଙ୍କ ଦେଖାଦେଇଛି । ଓୟୁଏଟି ଫାର୍ମରେ ବହୁ ସଂଖ୍ୟାରେ କୁକୁଡ଼ା ‘ବାର୍ଡ ଫ୍ଲì’ରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ରାଜ୍ୟ ସରକାର ସତକର୍ତା ଅବଲମ୍ବନ କରିଛନ୍ତି । ମଙ୍ଗଳବାର ଠାରୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଏକ କିଲୋମିଟର ପରିସୀମା ମଧ୍ୟରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ଏଥିନିମନ୍ତେ ୧୨ ଟି ତ୍ୱରିତ କାର୍ଯ୍ୟକାରୀ ଦଳ (ରାପିଡ୍‌ ରେସପନ୍ସ ଟିମ୍‌ ) ଗଠନ ହୋଇଛି । ସେଥିମଧ୍ୟରୁ ସାତଟି ଦଳ କୁକୁଡା ମରା ଅଭିଯାନରେ ନିୟୋଜିତ ରହିବେ । ବାକି ପାଞ୍ଚଟି ଦଳ ନୀରିକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହେବେ । ଓୟୁଏଟି ପୋଲିଟ୍ରି ସାଇନ୍ସ ବିଭାଗରେ ବାଡ ଫ୍ଲì ଭୟ ଘାରିଛି । ଗତ ଦୁଇ ଦିନ ହେବ ଏଠାରେ ଥିବା କୁକୁଡା ଫାର୍ମରେ ବହୁ ସଂଖ୍ୟାରେ କୁକୁଡ଼ା ଅସ୍ୱାଭାବିକ ମୃତୁ୍ୟକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ‘ବାର୍ଡ ଫ୍ଲ’ì ଆଶଙ୍କା କରିଥିଲେ । କୁକୁଡାଙ୍କ ରକ୍ତ ନମୁନା ସଂଗ୍ରହ କରି ଭୋପଳସ୍ଥିତ ଟେଷ୍ଟିଂ ଲାବ୍ରୋଟାରୀଙ୍କୁ ପଠାଯାଇଥିଲା ।

Leave A Reply