Odisha news

ବଜେଟ ଅଧିବେଶନ ପାଇଁ ରଣନୀତି

0

ଭୁବନେଶ୍ୱର, ୨୮ା୧ : ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ନବୀ ଜଳ ବିବାଦ, କୋଇଲା ରୟାଲଫି, ଜିଏସଟି ବକେୟା ଏବଂ ଜନଗଣନାରେ
ଏସସି/ ଏସଟି ସହ ଓବିସି କଲମ ରଖିବାକୁ ବିଜେଡି ପକ୍ଷରୁ ଦାବୀ କରାଯିବ ବୋଲି ସଂସଦୀୟ ଦଳ ବୈଠକ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ବିଜେଡିର ଆଭିମୁଖ୍ୟ ନେଇ ଆଜି ନବୀନ ନିବାସରେ ସଂସଦୀୟ ଦଳ ବୈଠକ ବସିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ତେବେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ବିଜେଡିର ଆଭିମୁଖ୍ୟ ନେଇ ଆଲୋଚନା ହୋଇଛି । ବିଜେଡି ସିଏଏକୁ ସମର୍ଥନ କରୁଛି କି;ୁ ଏନଆରସିକୁ ସମର୍ଥନ କରୁନାହିଁ । ଏହା ପୂର୍ବରୁ ମୁଖ୍ରମନ୍ତ୍ରୀ କହିଛନ୍ତି । ଏନେଇ ଆଜି ଆଲୋଚନା ହୋଇଛି । ଏନପିଆରରେ କିଛି ସଂଶୋଧନ ଚାହିଁଥିଲୁ । କେନ୍ଦ୍ର ଏହି ପ୍ରସ୍ତାବରେ ରାଜି ହୋଇଛି । ଜନଗଣନାରେ ଏସସି/ ଏସଟି ସହ ଗଣନା ପାଇଁ ଓବିସି କଲମ ମଧ୍ୟ ରଖିବାକୁ ଦାବୀ କରାଯାଇଛି । ରେଳେୱରେ ବାକି ଥିବା ପ୍ରକଳ୍ପ କାମକୁ ଆଗେଇବାକୁ ଦାବୀ କରିବୁ । କ୍ଲିନ ଏନର୍ଜି ସେସ୍‌, କୋଇଲା ରୟାଲଫି, ଜିଏସଟି ବକେୟା ଦାବୀ କରିବୁ । ରେଳ ବଜେଟରେ ଏଥର ଓଡ଼ିଶାକୁ ଅନୁଦାନ ଆଶା କରୁଛୁ ।

Leave A Reply