Odisha news

ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର : ୩ ଦିନ ପାଇଁ ରିଲିପଂ ପ୍ରଦାନ କରିବାକୁ ଜିଲ୍ଲାପାଳ ଙ୍କ ନିଦେ୍ର୍ଦଶ

0

ବିରଜାକ୍ଷେତ୍ର : ଜିଲ୍ଳ୍ାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବାବେଳେ ଉଦ୍ଧାର ଓ ରିଲିପଂ କାର୍ଯ୍ୟକୁ ପ୍ରଶାସନ ତ୍ୱରାନ୍ୱିତ କରିଚ୍ଥି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀରେ ବଡ ବନ୍ୟାର ଆଶଙ୍କା ରହିଥିବା ବେଳେ ରେଙ୍ଗାଲି ଡ୍ୟାମରୁ ପାଣି ଚ୍ଥଡାଯାଇଥିବାରୁ ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଚ୍ଥି । ଏଥିପାଇଁ କେବଳ ଦାନଗଦୀ ଓ ସୁକିନ୍ଦା ବ୍ଳ୍କ ବ୍ୟତୀତ ଅନ୍ୟ ୮ ଗୋଟି ବ୍ଳକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲା ଓ ରାଜ୍ୟ ସରକାର ମଧ୍ୟ ଜିଲ୍ଳ୍ା ପ୍ରଶାସନକୁ ଏ ସଂପର୍କରେ ସତର୍କ କରାଇଥିଲେ । ଜିଲ୍ଲାପାଳ ତତ୍କ୍ଷଣାତ୍ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ବୈଠକ ଆହ୍ୱାନ କରାଇବା ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ବ୍ଳ୍କ ମାନଙ୍କ ଦାୟିତ୍ୱ ଦେଇଥିଲେ ।

ସେହିପରି ତାଲିମ ନେଉଥିବା ଓ.ଏ.ଏସ୍. ଓ ଓ.ଆର.ଏସ୍. ଅଧିକାରୀ ମାନଙ୍କୁ ମଧ୍ୟ ସେହି ବ୍ଳକରେ ସହଯୋଗ ପାଇଁ ଦାୟିତ୍ୱ ଦେଇଥିଲେ । ଅପରାହ୍ନରେ ଜିଲ୍ଳ୍ାପାଳ, ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ । ଗୁରୁବାର ପ୍ରତୁ୍ୟଷରୁ ଜିଲ୍ଳ୍ାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଜିଲ୍ଳ୍ାପାଳ କୋରେଇ ଓ ଯାଜପୁର ବ୍ଳ୍କର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲେ । ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଳ୍ାର ୩୧୧ ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୨୬୦ ରୁ ଊର୍ଦ୍ଧ୍ୱ ପଞ୍ଚାୟତର ୧୦୯୩ ଗୋଟି ଗ୍ରାମ ଜଳ ପ୍ଳାବିତ ହୋଇଥିବା ସଂପର୍କରେ ଜିଲ୍ଳ୍ାପାଳ ପ୍ରାରମ୍ଭିକ ତଥ୍ୟରୁ ପ୍ରକାଶ କରିଥିଲେ ।

Leave A Reply