Odisha news

ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟରେ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ସ୍ମୃତିସଭା

0

ବାରିପଦା  : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞା ପାରମିତା ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭରେ ଅମର ଆତ୍ମାଙ୍କ ସ୍ମୃତି ଉଦେ୍ଦଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ପ୍ରଧାନଶିକ୍ଷକ ଡଃ ଜେନା ଓଡିଶାର କଳାକ୍ଷେତ୍ରରେ ସ୍ୱର୍ଗତ ବିଜୟ ମହାନ୍ତିଙ୍କ ଅନନ୍ୟ ଅବଦାନରେ ସ୍ମୃତିଚାରଣ ସହ ତାଙ୍କ ବିୟୋଗରେ ମୟୂରଭଞ୍ଜ ଜିଲ୍ଲା ବିଶେଷ କରି ଏମକେସି ହାଇସ୍କୁଲ ଗଭୀର ଭାବରେ ମର୍ମାହତ ବୋଲି ଆଲୋକପାତ କରିଛନ୍ତି । ଶିକ୍ଷକ ଅମିତାଭ ମିଶ୍ର ସ୍ମୃତିଚାରଣ କରିଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏସକେ ଲାଇକୁଦ୍ଦିନ୍ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply