ବାରିପଦା : ବର୍ଷିୟାନ୍ ଅଭିନେତା ମହାନାୟକ ବିଜୟ ମହାନ୍ତିଙ୍କ ପରଲୋକ ଗମନରେ ଆଜି ସମଗ୍ର ଓଡିଶା ମର୍ମାହତ । ଆମ ମୟୂରଭଞ୍ଜ ମାଟିରୁ ବାଲ୍ୟ ଅବସ୍ଥାରେ ନାଟ୍ୟ ମଞ୍ଚରୁ ଅଭିନୟ ଯାତ୍ରା ତା ସହ ନାଗଫାଶ ଚଳଚ୍ଚିତ୍ର ରୁ ଅଭିନୟ ଯାତ୍ରା ଆରମ୍ଭ କରି ଓଡିଆ ସିନେମା ଜଗତରେ ଭୀଷ୍ମ ପିତାମହ ସାଜି ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥିବା ମୟୂରଭଞ୍ଜ ମାଟିର ପୁଅଙ୍କୁ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ଶୋକସଭା ଆୟୋଜିତ କରାଯାଇଥିଲା । ଏହି ଶୋକ ସଭାରେ ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ସମେତ ରାକେଶ ବେହେରା, ରାକେଶ ମହାନ୍ତି, ମାନସ ବେହେରା, ଜ୍ୟୋତିରଞ୍ଜନ ପୃଷ୍ଟି, ସୌମ୍ୟରଞ୍ଜନ ମିଶ୍ର, ଏସକେ ରାଜାଖାନ୍, ଆକାଶ କମିଳା, ଜିତୁ ଶିବାନନ୍ଦ, ପଙ୍କଜ କରନ, ମୁକ୍ତି ଦତ୍ତ, ଅଭିଷେକ ମହାନ୍ତି, ରବୀନ୍ଦ୍ର ସାହୁ, ଏସଡି ନାଜିର୍, ସଞ୍ଜୟ ମହାନ୍ତ, ସଞ୍ଜୟ ମାହାନା ଓ ସ୍ୱପ୍ନଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲୋ ।
