ବିଗ୍ ବସ୍ ୧୪ ଅଳ୍ପ କେତେ ମାସରେ ଆରମ୍ଭ ହେବାକୁ ଯାଉଛି । ଏହି ଶୋ’କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସିଛି । ଏଥର କେଉଁ ସେଲିବ୍ରିଟି ଆସିବେ ଜାଣିବା ପାଇଁ ଫ୍ୟାନ୍ ଉତ୍ସାହିତ ଅଛନ୍ତି । କିଛିଦିନ ହେବ ଖବର ଆସୁଛି ‘ତାରକ ମେହଟା କା ଉଲଟା ଚଷମା’ରେ ବବିତା ଜୀଙ୍କ ଚରିତ୍ରରେ ନଜର ଆସୁଥିବା ମୁନମୁନ୍ ଦତ୍ତା ଏହି ଶୋ’କୁ ଆସିପାରନ୍ତି । କିନ୍ତୁ ଅଭିନେତ୍ରୀ ଏହି ଖବରକୁ ମିଥ୍ୟା କହି ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଲେଖିଛନ୍ତି, ‘ମୋ ବିଷୟରେ ଯାହା ଖବରଆସୁଛି, ସେସବୁ ମିଛ । ମୋତେ ଏ ଶୋ’ ପସନ୍ଦ ନୁହେଁ । ମୁଁ ବିଗ୍ ବସ୍ ହାଉସ୍କୁ ଯିବି ନାହିଁ । ଏହି ଫେକ୍ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ । ଧନ୍ୟବାଦ । ଏଥର ବିଗ୍ ବସ୍ର ଫର୍ମାଟ ଅଲଗା ହେବ । ଏହାର ଥିମ୍ ଓ ଟ୍ୟାଗ୍ଲାଇନ୍ ଲକ୍ଡାଉନ୍ ଉପରେ ଆଧାରିତ ହୋଇପାରେ । ଘରକୁ ଯିବାକୁ ଥିବା ସମସ୍ତ କଣ୍ଟେଷ୍ଟାଣ୍ଟଙ୍କ କରୋନା ଟେଷ୍ଟ ହେବ । ସଲମାନ ଖାନ୍ ନିଜ ଫାର୍ମହାଉସ୍ରେ ଶୋ’ ସୁଟ୍ କରିବେ ।