Odisha news

ନିରାକାରପୁର : ଗୟା ବନ୍ଧରେ ହାତୀ ଆକ୍ରମଣ , ଦୁଇ ବୃଦ୍ଧ ଆହତ

0

ନିରାକାରପୁର୩୦/୭: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ଓଳସିଂହ ପଞ୍ଚାୟତ ଗୟାବନ୍ଧରେ ଆଜି ସକାଳୁ ହାତୀ ଆକ୍ରମଣରେ ଦୁଇ ଆହତ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ କି ହାତୀ ପଲ ଧାନ ଫସଲ ଖାଇବା ପାଇଁ ଏହି ଅଞ୍ଚଳକୁ ଆସି ଗୟାବନ୍ଧ କାଜୁ ଜଙ୍ଗଲରେ ରହିଥିବାବେଳେ ରାତିରେ ଜଙ୍ଗଲରୁ ବାହାରି ଧାନ ଜମିରେ ପଶି ଗଜା ଧାନକୁ ଦଳିଚକଟି ନଷ୍ଟ କରୁଛନ୍ତି । ଆଜି ଭୋରୁ ଗୟାବନ୍ଧ ଗ୍ରାମର ଦୁଇ ବୃଦ୍ଧ ଭାଇ ଶେଖ ନାସର ଓ ଶେଖ ତାଜିଆ ଦିନ ମଜୁରୀ ଖଟିବାକୁ ଯାଉଥିବାବେଳେ ହଠାତ ଗୟାବନ୍ଧ ଗାଁ ମୁଣ୍ଡ ନିକଟରେ ୩ଟି ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ।

ପ୍ରଥମେ ଗୋଟିଏ ହାତୀ ଶେଖ ନାସିରକୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଫଳରେ ସେ ଖଣ୍ଡିଆ ଖାବରା ହୋଇ ଅଚେତ ହୋଇ ପଡ଼ିଥିଲା । ଏହାକୁ ଦେଖି ଭୟରେ ଭାଇ ଶେଖ ତାଜିଆ ମଧ୍ୟ ଭୟରେ ବେହୋସ ହୋଇଯାଇଥିଲା । ସେହି ସମୟରେ ଏକ ଟ୍ରକ ଉକ୍ତ ରାସ୍ତାଦେଇ ଯାଉଥିବାବେଳେ ତାର ଶଦ୍ଦ ଶୁଣି ହାତୀ ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ଖବର ପାଇଁ ଘର ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିସôା କରିଥିଲେ । ତେଣୁ ଏହି ଦୁଇ ଭାଇ ଅତ୍ୟନ୍ତ ଗରିବ ହୋଇଥିବାରୁ ବନ ବିଭାଗ ତରଫରୁ ସେମାନଙ୍କୁ ଆର୍ଥିକ ସହଯୋଗ କରିବାକୁ ଦାବୀ ହେଉଛି । ହାତୀ ପଲଙ୍କୁ କିପରି ବନ ବିଭାଗ ତରଫରୁ ଏଠାରୁ ଘେଉଡ଼ା ଯିବ ସେଥିପାଇଁ ବି ବାରମ୍ବାର ଦାବୀ ହେଇ ଆସୁଛି ।

Nalco
Leave A Reply