Odisha news

ବାଙ୍କୀ : ତଳିବିଲ ଫାଟି ଆଁ, ପମ୍ପ ଲଗାଇ ତଳି ରୋଇଲେ ଚାଷୀ

0

ବାଙ୍କୀ : ଚଳିତ ଖରିଫ ଋତୁ ଧାନ ଫସଲ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ପ୍ରଭାବିତ ହୋଇଛି । କରୋନା କଟକଣା ଉଠିବା ପରଠାରୁ ·ଷୀ ·ଷକାର୍ଯ୍ୟ ଆରମ୍ଭ କଲାବେଳକୁ ଏବେ କମ୍ ବର୍ଷା ଚିନ୍ତାରେ ପକାଇ ଦେଇଛି । କଟକ ଜିଲ୍ଲା ବାଙ୍କୀ ବ୍ଲକର ବୈଦ୍ୟେଶ୍ୱର, ଗୋଳାଗଣ୍ଡ, ଅନୁଆରୀ, ବଳଭଦ୍ରପୁର, ଜଗନ୍ନାଥପୁର, କଳାପଥର, କାଳିପୋଇ ପଞ୍ଚାୟତରେ ଶ୍ରାବଣମାସ ଶେଷ ହେବାକୁ ବସିଲାଣି ହେଲେ ତଳି ବିଲରେ ନାହିଁ ପାଣି । ଫାଟିବାକୁ ବସିଛି ବିଲ ।

ଅନେକ ଅଞ୍ଚଳର ·ଷୀ ବର୍ଶାକୁ ଆଶଙ୍କା କରି ଧାରାଶ୍ରାବଣକୁ ଆଶା କରି ଧାନ ତଳି ରୋଉଥିବାବେଳେ ରୋଇବାକୁ ବିଲରେ ପାଣି ନାହିଁ । ତେଣୁ ଅନେକ ସ୍ଥାନରେ ଲୋକେ ପାଣିପମ୍ପ ସାହାଯ୍ୟରେ ପାଣି ମଡ଼ାଇ ଧାନ ତଳି ରୋଉଥିବାର ଦେଖାଯାଇଛି । ଆଉ ୪/୫ ଦିନମଧ୍ୟରେ ବର୍ଷା ନହେଲେ ଧାନ ବିହନ ତଳି ତ ନଷ୍ଟ ହେବ ·ଷୀ ବିଲରେ କ’ଣ ରୋଇବ ତାହାକୁ ନେଇ ·ଷୀ ଏବେ ଚିନ୍ତାରେ ।

କରୋନାରୁ ବର୍ତ୍ତିଯାଇ ଧାନ·ଷ ଆରମ୍ଭ କଲାବେଳକୁ ଦଇବ ଦାଉ ସାଧୁଛି । ଗହ୍ମା ପୂର୍ଣ୍ଣିମାରେ ମହାନଦୀରେ ବନ୍ୟା ଆସେ ହେଲେ ମହାନଦୀ କୂଳିଆ ବାସିନ୍ଦା ଏବେ ମହାନଦୀରେ ପାଣି ପାଉନଥିବା ବେଳେ ଧାନ ବିଲରେ ପାଣି ନାହିଁ । କୁରୁମପଡ଼ା,ପୋଡ଼ାପାଟଣା, ରଜୀବ, ସାତଖଣ୍ଡ ଗ୍ରାମର ·ଷୀମାନେ ବିଲରେ ପାଣି ରଖି ତଳି ରୋଉଛନ୍ତି ।

Leave A Reply