ଆମ ଜୀବନ ଶୈଳୀ କିଛି ଟା ନୀତି ନିୟମ କୁ ନେଇ ଚାଲିଥାଏ । ଆମେ ଜୀବନରେ ଯାହା କିଛି ମଧ୍ୟ କରିଥାଉ ତାହା କୁ ଗୋଟିଏ ନୀତି ଆଧାରରେ କରିବା ଉଚିତ୍ । ବିଦୁର ନୀତି ଜୀବନର ନିଛକ ସତ୍ୟତା କୁ ପ୍ରତିପାଦିତ କରିଥାଏ । ତେଣୁ ଆମ ମଣିଷ ସଭ୍ୟତା ରେ ପ୍ରତିଟି ମନୁଷ୍ୟ ଏହାକୁ ଅନୁସରଣ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।
* ବିଦୁର ଙ୍କ ନୀତି ଅନୁସାରେ ବନ୍ଧୁତା ଜୀବନର ସବୁଠୁ ମୁଖ୍ୟ ସମ୍ପର୍କ ଅଟେ । ବନ୍ଧୁତା ବିନା ଜୀବନ ମୂଲ୍ୟହୀନ ଅଟେ । କିନ୍ତୁ ଯଦି ଜଣେ ବନ୍ଧୁ ଆମକୁ ଠିକ୍ ନ ମିଳିଲା ତେବେ ସାରା ଜୀବନ ଦୁଃଖ ଦେଇ ଯାଏ ।
* ବନ୍ଧୁ ସୁଖ ଦୁଃଖର ସାଥୀ ହୋଇ ଥାଏ । ଯଦି ଆମେ ନୀତି ଆଦର୍ଶକୁ ନେଇ ଚାଲି ଥାଉ ତେବେ ଜଣେ ସଠିକ୍ ବନ୍ଧୁ ର ଶୁଭ କାମନା ଓ ଶୁଭେଚ୍ଛା ଲାଭ କରିଥାଉ ।
* ବିଦୁର ନୀତି ଅନୁସାରେ ବନ୍ଧୁ ୨ ପ୍ରକାରର ହୋଇ ଥାଆନ୍ତି । ଗୋଟିଏ ହେଲେ ଆପଣଙ୍କ ପାଇଁ ଜୀବନ କୁ ବାଜି ଲଗାଇଥିବା ବନ୍ଧୁ ଓ ଅନ୍ୟଟି ହେଲେ ବନ୍ଧୁତା ଆଳ ରେ ପିଠି ପଛରେ ଷଡ଼ଯନ୍ତ୍ର କରୁଥିବା ବନ୍ଧୁ ।
* ଉଭୟ ବନ୍ଧୁ କ ଜୀବନ ପ୍ରତି ବିପଦ ପୂର୍ଣ୍ଣ । ଏହା ଆପଣଙ୍କ ମନରେ ଭାବନା ଆଣିବ ଯେ ଏହା କିପରି ?
* ଯଦି ବନ୍ଧୁ କୁଟିଳ ମନ ର ହୋଇଥିବ ତେବେ ସେ ଆପଣଙ୍କ ସାମ୍ନା ରେ ଭଲ ବ୍ୟବହାର କଲେ ମଧ୍ୟ ପଛରେ ଷଡ଼ଯନ୍ତ୍ର କରିବ । ଯାହା ଆପଣଙ୍କ ଜୀବନକୁ ବିପଦପୂର୍ଣ୍ଣ କରିଦେବ ।
* ଆଉ ଯଦି ବନ୍ଧୁ ଆପଣଙ୍କୁ ଖୁବ୍ ଭଲ ପାଉଥିବ ଏବଂ ଆପଣଙ୍କ ସୁଖ ଦୁଃଖର ସାଥୀ ହୋଇଥିବ ତଥାପି ତାହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ । କାରଣ ଏପରି ବନ୍ଧୁ ଜୀବନରେ ଯଦି ଆପଣଙ୍କ ସହିତ କେବେବି ଶତ୍ରୁତା ହୁଏ ତେବେ ଆପଣ ଙ୍କ ରହସ୍ୟ ଅନ୍ୟ ଆଗରେ କହିବାକୁ ପଚାଇବ ନାହିଁ । ଯାହା ଆପଣଙ୍କୁ ସାରା ଜୀବନ ପଶ୍ଚତାପ କରିବାକୁ ଛାଡ଼ି ଦେବ ।