ବିଦୁରଙ୍କୁ ମହାଭାରତ ସମୟରୁ ଜଣେ ଜ୍ଞାନୀ ଓ ଗୁଣି ଭାବରେ ବିବେଚନା କରାଯାଉଛି l କାରଣ ବିଦୁର ହେଉଛନ୍ତି ଧାର୍ମିକ ଓ ଜ୍ଞାନୀ ବ୍ୟକ୍ତି l ତାଙ୍କ ଜ୍ଞାନ ଦ୍ୱାରା ସେ ମଣିଷ ଜୀବନକୁ ସରସ ଓ ସୁନ୍ଦର କରିବାକୁ ଚେଷ୍ଟା କରିଛନ୍ତି l ଆମେ ଦୈନନ୍ଦିନ ଜୀବନରେ ଅନୁଭବ କରୁଥିବା ଯନ୍ତ୍ରଣାକୁ ମଧ୍ୟ ଏହି ନୀତି ଶାସ୍ତ୍ର ଦ୍ୱାରା ଲାଘବ କରି ପରିବା l ଆଜିର ବିଦୁର ନୀତିରେ ମଣିଷର ଏପରି କିଛି ଭଲ ଗୁଣ ବିଷୟରେ ଆଲୋଚନା କରାଯାଇଛି l
* ଏପରି ଲୋକ ଭଗବାନଙ୍କୁ ଯିଏ ବିଶ୍ୱାସ କରନ୍ତି ସେମାନେ ସର୍ବଦା ଆଶାବାଦୀ ରହିଥାନ୍ତି l କଠିନ ପରିସ୍ଥିତିରେ ରେ ମଧ୍ୟ କେବେବି ଚିନ୍ତିତ ହୁଅନ୍ତି ନାହିଁ ଓ ଲଗାତାର ନିଜର ପାୟସକୁ ଜାରି ରଖିଥାନ୍ତି l ବିଦୁରଙ୍କ ନୀତିରେ ଏଭଳି ଲୋକ ମାନଙ୍କ ଭିତରେ ସକାରାତ୍ମକ ଚିନ୍ତା ଧାରା ରହିଥାଏ l
* ବିଦୁରଙ୍କ ନୀତିରେ ଯେଉଁ ବ୍ୟକ୍ତି ପରିଶ୍ରମୀ ହୋଇଥାନ୍ତି ସେମାନେ ଯେ କୌଣସି କାମକୁ ପରିଶ୍ରମ ଦ୍ୱାରା କରିଥାନ୍ତି ସେହିଭଳି ବ୍ୟକ୍ତି ଜୀବନରେ କେବେ ଅସୁବିଧାରେ ପଡି ନଥାନ୍ତି l ଏଭଳି ଲୋକଙ୍କ ମନର ସକାରାତ୍ମକ ଭାବନା ସେମାନଙ୍କୁ ନିଜ ସ୍ଥାନରେ ପହଞ୍ଚାଇ ଦେଇଥାଏ l
* ବିଦୁରଙ୍କ ନୀତିରେ ବେଳେ ବେଳେ ମୌନ ରହିବା ଦ୍ୱାରା ବଡ଼ ବଡ ସଙ୍କଟ ଟଳି ଯାଇଥାଏ l ଯେଉଁ ବ୍ୟକ୍ତି ଶାନ୍ତ ସ୍ୱଭାବର ହୋଇଥାଏ ସେ କାହା ସହିତ ଝଗଡା କରି ନଥାଏ l ଯେ କୌଣସି ବିବାଦକୁ ଶାନ୍ତ ଭାବରେ ସମାଧାନ କରିଥାଏ l ଏଭଳି ଲୋକମାନେ ସମୟର ମୂଲ୍ୟକୁ ବୁଝିଥାନ୍ତି ଓ ଜୀବନରେ ଉନ୍ନତି କରିଥାନ୍ତି l
* ଯେଉଁ ବ୍ୟକ୍ତି ଜାଗ୍ରତ ସ୍ଥିତିରେ ରହିଥାଏ ସେ ସର୍ବଦା ସବୁ ପରିସ୍ଥିତିରେ ନିଜକୁ ସଜାଗ ରଖିଥାଏ l ବିଦୁରଙ୍କ ନୀତିରେ ଏଭଳି ବ୍ୟକ୍ତିମାନେ ସକାରାତ୍ମକ ଭାବନା ସହିତ ଜୀବନରେ ଉନ୍ନତି କରିଥାନ୍ତି l
Comments are closed.