Odisha news

ବିଦୁରଙ୍କ ନୀତିରେ : ଏହି ୪ ପ୍ରକାର ଲୋକ ଅନ୍ୟ ମାନଙ୍କ ପାପର ଫଳ ଭୋଗ କରିଥାନ୍ତି

ନୀତି ଶାସ୍ତ୍ର ଉପରେ ଆମର ଜୀବନ ଆଧାରିତ l ତେଣୁ ହିନ୍ଦୁ ଧର୍ମରେ ନୀତି ଶାସ୍ତ୍ରକୁ ଅନେକ ମହତ୍ୱ ଦିଆଯାଇଛି ,କାରଣ ମଣିଷ ନିଜ ଦୈନନ୍ଦିନ ଜୀବନରେ ଅନୁଭବ କରୁଥିବା ଅସୁବିଧା ମଧ୍ୟ ଏହି ନୀତି ଶାସ୍ତ୍ରକୁ ନେଇ ଚାଲିଛି l ଆମ ପୂର୍ବ ପୁରୁଷ ନିଜ ଜୀବନର ସମସ୍ତ କାର୍ଯ୍ୟକୁ ନୀତି ଶାସ୍ତ୍ର ଉପରେ ଆଧାର କରି ଚଳୁଥିଲେ ,ତେଣୁ ସେମାନଙ୍କ ଜୀବନ ସରସ ସୁନ୍ଦର ହୋଇ ପାରିଥିଲା l ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜ ଜୀବନକୁ ଶାସ୍ତ୍ର ଅନୁଯାୟୀ ବିତାଉ ଥିଲେ ଓ ସେ ବିଦୁରଙ୍କ ନୀତି ଶସ୍ତ୍ରକୁ ଅନେକ ମହତ୍ୱ ଦେଇଥିଲେ l

* ବିଦୁର କହିଛନ୍ତି ଯେ ଗୋଟିଏ ରାଜକୁ ନିଜ ରାଜ୍ୟର ପାପର ଫଳ ଭୋଗ କରିବାକୁ ପଡିଥାଏ l କାରଣ ରାଜାର କାର୍ଯ୍ୟରେ ଅବହେଳା ହେଲେ ପ୍ରଜାମାନେ ଭୁଲ କରି ବାସନ୍ତି l ଯାହାର ଫଳ ସ୍ୱରୂପ ରାଜା ଅସୁବିଧାର ଶିକାର ହୋଇଥାଏ l ତେଣୁ ଗୃହ ମୁଖ୍ୟ ଯଦି ଠିକ ଭାବରେ ନିଜର ପରିବାରକୁ ପରିଚାଳିତ କରି ପାରନ୍ତି ନାହିଁ ତେବେ ତାଙ୍କୁ ଅସୁବିଧାରେ ପଡ଼ିବାକୁ ପଡିଥାଏ l

* ବିଦୁରଙ୍କ ମତରେ ଯେପରି ରାଜାଙ୍କ ଭୁଲର ପରିଣାମ ତାଙ୍କର ମନ୍ତ୍ରୀମାନେ ଭୋଗ କରିଥାନ୍ତି ସେହିପରି ଗୃହ କର୍ତ୍ତା ଠିକ ଭାବରେ ନିଜ ପରିବାରକୁ ସଂସ୍କାର ନଦେଇ ପାରିବା ଦ୍ୱାରା ତାଙ୍କର ଭୁଲ ଯୋଗୁଁ ଅନ୍ୟ ସଦସ୍ୟମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି l ତେଣୁ ଗୃହକର୍ତ୍ତାଙ୍କ ଭୁଲ ନିଷ୍ପତିର ପରିଣାମ ଅନ୍ୟମାନେ ଭୋଗ କରନ୍ତି l

* ବିଦୁରଙ୍କ ନୀତିରେ ଯଦି ଗୋଟିଏ ନାରୀ ଭୁଲ କାମ କରିଥାଏ ତେବେ ତାର ପରିଣାମ ତାର ସ୍ୱାମୀକୁ ଭୋଗିବାକୁ ପଡିଥାଏ l ତେଣୁ ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଏପରି ହେବା ଆବଶ୍ୟକ ଯେପରି ଜଣେ ଆଉ ଜଣ ଙ୍କର ଅଂଶ ଅଟନ୍ତି l

* ଶିଷ୍ୟ ଦ୍ୱାରା କରା ଯାଇଥିବା ଭୁଲକୁ ଗୁରୁ ବହନ କରିଥାଏ l କାରଣ ଗୋଟିଏ ଶିଷ୍ୟକୁ ତିଆରି କରିବା ଗୋଟିଏ ଗୁରୁର କର୍ତବ୍ୟ l ଗୁରୁଙ୍କ ଆଦର୍ଶରେ ଶିଷ୍ୟ ଅନୁପ୍ରାଣିତ ହୋଇଥାଏ l ସେ ସର୍ବଦା ନିଜକୁ ସେହିପରି ତିଆରି କରିବାକୁ ଚାହେଁ ଯେଭଳି ତାର ଗୁରୁ ଚାହାଁନ୍ତି l ତେଣୁ ଯଦି ଶିଷ୍ୟ ବିପଥ ଗାମୀ ହୁଏ ତାର ପରିଣତି ଗୁରୁ ଭୋଗ କରନ୍ତି l

Comments are closed.