ମହାତ୍ମା ବିଦୁର ତାଙ୍କ ନୀତି ଜରିଆରେ ଆମକୁ କିଛି ଏପରି ତଥ୍ୟ ଦେଇ ସତର୍କ କରିଛନ୍ତି ଯାହାଦ୍ୱାରା ଆମେ ଆମର ଦୈନନ୍ଦିନ ଜୀବନ ଚର୍ଜାକୁ ଠିକ୍ ରେ କରିପାରିବା l ଜୀବନ ରେ କିଭଳି ଲୋକ ମାନଙ୍କ ସହିତ ମିଶିବା ,କାହାପ୍ରତି କିପରି ବ୍ୟବହାର କରିବା ,ଖଳ ବ୍ୟକ୍ତିକୁ ଚିନ୍ହିବ କିପରି ଇତ୍ୟାଦି ସୂଚେଇ ଦେଇଛନ୍ତି l ତାଙ୍କ ନୀତିକୁ ଆଜି ମଧ୍ୟ ଲୋକମାନେ ଆପଣେଇ ଜୀବନ ପ୍ରତି ସତର୍କ ହୋଇ ଯାଉଛନ୍ତି l
ବିଦୁରଙ୍କ ମତରେ କୌଣସି ବ୍ୟକ୍ତିକୁ ନ ଭାବି ଚିନ୍ତି ଧନ ଦେବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ତାହା ନିଶ୍ଚିନ୍ତ ଭାବରେ ବର୍ବାଦ ହେଲା ବୋଲି ଜାଣିବ l ତାଙ୍କ ନୀତି ଅନୁସାରେ ଏହି ଭଳି ୪ ପ୍ରକାର ଲୋକଙ୍କୁ କେବେବି ଧନ ଦେବା ଉଚିତ ନୁହେଁ l
*ଯେଉଁ ବ୍ୟକ୍ତି ଆଳସ୍ୟ ପୁର୍ଣ ହୋଇଥାଏ ତାକୁ କେବେବି ଧନ ଦେବା ଉଚିତ ନୁହେଁ l ଯଦି ଆପଣ ଏହିପରି ବ୍ୟକ୍ତିଙ୍କୁ ଧନ ଦେଉଛନ୍ତି ତେବେ ଆପଣଙ୍କର ଅନେକ କ୍ଷତି ହେବ l ଅଳସୁଆ ବ୍ୟକ୍ତି ସବୁବେଳେ ପଇସା ଖର୍ଚ କରିବାକୁ ଭଲ ପାଏ , କିନ୍ତୁ ପରିଶ୍ରମ କରିବାକୁ ଭଲ ପାଇ ନଥାଏ l ଆପଣ ଯଦି ଏହିଭଳି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ ତେବେ ଆପଣଙ୍କ ପାଖରୁ ଲକ୍ଷ୍ମୀ ଦୁରେଇ ଯିବେ l
*ଭୁଲ କାମ କରୁଥିବା ବ୍ୟକ୍ତିକୁ ପଇସା ଦେବା ଉଚିତ ନୁହେଁ ,କାରଣ ସିଏ ଆପଣଙ୍କ ପାଖରୁ ପଇସା ନେଇ ଅସତ କାର୍ଯ୍ୟରେ ଲଗାଇ ଥାଏ l ଯଦି ଆପଣ ଏହିଭଳି ବ୍ୟକ୍ତିଙ୍କୁ ପଇସା ଦେବେ ତେବେ ଆପଣଙ୍କ ପାଖରୁ ଲକ୍ଷ୍ମୀ ଦୁରେଇ ଯିବେ l
*ବିଦୁରଙ୍କ ନୀତି ଅନୁସାରେ ଅଧର୍ମୀ ବ୍ୟକ୍ତିକୁ କେବେବି ପଇସା ଦେବା ଉଚିତ ନୁହେଁ ଯେଉଁ ବ୍ୟକ୍ତି ନୀଚ କର୍ମ କରିଥାଏ ସେ ପଇସା ନେଇ ଅଧର୍ମ କାମରେ ଲଗାଏ l ତେଣୁ ଏପରି ବ୍ୟକ୍ତିକୁ ପଇସା ଦେବାର ଅର୍ଥ ହେଲା ନର୍ଦମାରେ ପଇସା ଫିଙ୍ଗିବା l
*ବିଦୁର କହିଛନ୍ତି ସ୍ୱାର୍ଥପର ବ୍ୟକ୍ତିକୁ କେବେବି ପଇସା ସାହାଯ୍ୟ କରିବା ଉଚିତ ନୁହେଁ l କାରଣ ଏପରି ଲୋକମାନେ ସାହାଯ୍ୟ ନେଇ ଭୁଲି ଯାଆନ୍ତି l ଏମାନଙ୍କ ପାଖରେ ନିନ୍ଦାର ଶିକାର ଓ ପର ଆଲୋଚନା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ନଥାଏ l