ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗତି ଜୋର ଧରିଛି ,ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପାର୍ଥୀ ବିଡେନ କହିଛନ୍ତି ଯେ ଯଦି ସେ ଜିତିବେ ତେବେ ତାଙ୍କର ପ୍ରଶାସନ ଭାରତ ସହିତ ଆମେରିକାର ସମ୍ପର୍କକୁ ମଝବୁତ କରିବ ଓ ଭାରତ ସହିତ ଆମେରିକା ସବୁ ଅସୁବିଧାରେ ଠିଆ ହେବ l ବିଡେନ କହିଛନ୍ତି ଭାରତ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛି ,ଆମେରିକା ତା ସହିତ ଠିଆ ହେବାକୁ ପ୍ରସ୍ତୁତ ଅଛି l
ଆମେରିକାରେ ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତିଙ୍କ ପାଇଁ ମତଦାନ ହେବାକୁ ଯାଉଛି l ୭୭ ବର୍ଷୀୟ ବିଡେନ ବର୍ତମାନର ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ଛିଡାହେବେ l ବିଡେନ କହିଛନ୍ତି ୧୫ ବର୍ଷ ପୂର୍ବରୁ ମୁଁ ଭାରତ ସହିତ ଐତିହାସିକ ଏଟମି ଡୀଲ ଫାଇନାଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲି l ମୋର କହିବାର ଅର୍ଥ ହେଲା ଭାରତ ଓ ଆମେରିକା ଯଦି ବନ୍ଧୁତ୍ୱ ପୁର୍ଣ ଭାବରେ ରହିବେ ତେବେ ବିଶ୍ୱ ଆହୁରି ଅଧିକ ସୁରଖିତ ରହିପାରିବ l ବିଡେନ ପୂର୍ବରୁ ଓବାମା ପ୍ରଶାସନରେ ଉପ ରାଷ୍ଟ୍ରପତି ପାଦରେ ରହି ସାରିଛନ୍ତି l
ଯଦି ବିଡେନ ରାଷ୍ଟ୍ରପତି ହୋଇଯିବେ ତେବେ ଭାରତ ସହିତ ତାଙ୍କର ସମ୍ପର୍କ ଆହୁରି ମଝବୁତ ହୋଇ ଆଗକୁ ବଢିବ ବୋଲି ବିଡେନ ମତ ଦେଇଛନ୍ତି l ଏହା ସହିତ ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ମଧ୍ୟ ବଢ଼ିଯିବ ଓ କ୍ଳlଇମେଟ ଚେଞ୍ଜ ସହିତ ଗ୍ଲୋବାଲ ହେଲ୍ଥ ସୁରକ୍ଷା ଭଳି କାର୍ଯ୍ୟକ୍ରମକୁ ଦୁଇ ଦେଶ ମିଶି କରିପାରିବେ l ବିଡେନ ଆମେରିକାରେ ଥିବା ଭାରତୀୟ ମାନଙ୍କର ଯୋଗ ଦାନଙ୍କୁ ମାନେ ପକାଇ ଧନ୍ୟବାଦ ଦେଇଛନ୍ତି l
ଭାରତର ସ୍ୱତନ୍ତ୍ରତା ଦିବସ କାର୍ଯ୍ୟକ୍ରମରେ ଅଗଷ୍ଟ ୧୫ ତାରିଖ ଦିନ ଯୋଗ ଦେଇ ଏହି କଥା କହିଥିଲେ l ବିଡେନ କହିଥିଲେ ଇତିହାସରେ ଭାରତୀୟ ମାନଙ୍କର ଯୋଗଦାନ ଆମେରିକା ପାଇଁ ସବୁବେଳେ ରହିବ l ବିଡେନ କହିଛନ୍ତି ଯେ ଆମେରିକାର ଇତିହାସରେ ଏହା ପ୍ରଥମଥର ହୋଇଛି ଯେ ପ୍ରଥମ ଭାରତୀୟ ଆମେରିକା ମହିଳା କମଳା ହ୍ୟାରୀଶ ଉପ ରାଷ୍ଟ୍ରପତି ପଦ ପାଇଁ ପ୍ରାଥୀ ଭାବରେ ଠିଆ ହୋଇଛନ୍ତି