Odisha news

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କରିଥିବା ଅଭଦ୍ର ଟିପ୍ପଣୀ କୁ ନେଇ ନିଜ ଦେଶରେ ଆକ୍ରୋଶ ର ଶିକାର ହେଲେ ବିଲାବଲ୍ ଭୁଟୋ

0
ନୂଆଦିଲ୍ଲୀ : କିଛିଦିନ ପୂର୍ବରୁ ଭାରତର ବିଦେଶ ମନ୍ତ୍ରୀ ଏସ ଜୟସଙ୍କର୍ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ରେ ପାକିସ୍ତାନ ର ଆତଙ୍କ ପ୍ରେମ ର ମୁଖ୍ୟ ଖୋଲିଥିଲେ । ଏହାର ଜବାବ ରେ ପାକିସ୍ତାନ ର ବିଦେଶ ମନ୍ତ୍ରୀ ବିଲବଲ ଭୂଟୋ ଗୁଜୁରାଟ ଦଙ୍ଗା କୁ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉପରେ ଆପତ୍ତି ଜନକ ଭାଷା ପ୍ରୟୋଗ କରିଥିଲେ । ଏହାକୁ ନେଇ କେବଳ ଭାରତ ନୁହେଁ ପାକିସ୍ତାନ ରେ ମଧ୍ୟ ଘୋର ନିନ୍ଦା କରାଯାଇ ଥିଲା । ଏଥି ମଧ୍ୟରେ ପାକିସ୍ତାନ ର ଗୋଟିଏ ପତ୍ରକାର କହିଛନ୍ତି ଯେ ବିଲବଲ୍ ଙ୍କୁ ଏଭଳି ବୟନବାଜି ଶୋଭା ଦେଉନାହିଁ । ବିଲାବାଲ ଙ୍କ ବୟାନ ରେ କିଛି ପାକିସ୍ତାନି ୟୁଜର ଟୁଇଟର କରି ତାଙ୍କ ବିଦେଶ ଗସ୍ତ ଖର୍ଚ୍ଚ ର ହିସାବ ମାଗି ଥିଲେ ।
ନିଜର ଟିଭି ପୋଗ୍ରମ୍ ରେ ପାକିସ୍ତାନୀ ପତ୍ରକାର କହିଥିଲେ ଯେ ‘ କଣ ବିଲାବଲ ଭୂଟୋ ଙ୍କୁ ଏଭଳି ବୟାନ ଦେବା ଜରୁରୀ ଥିଲା । ପାକିସ୍ତାନ ର ପୂର୍ବତନ ରାଜନାୟୀକ ଙ୍କୁ ଏହି ବୟାନ ଆଶ୍ଚର୍ଯ୍ୟ କରିଥିଲା । ପ୍ରଶ୍ନ ଥିଲା ଯେ କଣ ବିଲାବାଲ୍ ଙ୍କୁ ଏଭଳି ଶବ୍ଦ ଚୟନ କରିବାର ଉଚିତ୍ ଥିଲା ।ସେ ଖୁବ୍ ସୁନ୍ଦର୍ ଭାବରେ ଏସ ଜୟସଂକର କଥାର ଜୱବ ଦେଇ ପାରି ଥାଆନ୍ତେ ।
ଏଭଳି ବୟାନ ଦେବା ପାଇଁ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆ ଯାଇ ନଥିଲା । ପାକିସ୍ତାନ ରେ କିଛି ଲୋକ ବିଲାବଲ ଙ୍କୁ ସମର୍ଥନ କରିଥିବା ସମୟରେ ଆଉ କିଛି ତାଙ୍କୁ ବିରୋଧ କରିଥିଲେ ।
Leave A Reply