Odisha news

ଏପରି ଗୋଟିଏ ସ୍ଥାନ ଯେଉଁଠାରେ ଭୁତ ମାନଙ୍କର ମେଳା ଲାଗିଥାଏ : ଝାଡୁ ଦ୍ୱାରା ତଡାଯାଏ ଆତ୍ମାକୁ

0

ନୂଆଦିଲ୍ଲୀ : ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଲୋକ ମାନଙ୍କର ଅନ୍ଧ ବିଶ୍ୱାସ ଆଜି ପର୍ଯ୍ୟନ୍ତ ଦେଖା ଦେଉଛି l ଅନ୍ଧ ବିଶ୍ୱାସ ବନାମ ବିଶ୍ୱାସର ଏପରି ଗୋଟିଏ ଘଟଣା ମଧ୍ୟପ୍ରଦେଶର ବୈତୁଲରୁ ସାମ୍ନାକୁ ଆସିଛି l ବୈତୁଲ ସ୍ଥିତ ମଲାଜ ପୁର ଗାଁ ରେ ଗୁରୁ ବାବାସାହେବଙ୍କ ସମାଧି ରହିଛି ,ଯେଉଁଥରେ ପୌଷ ମାସର ପୁର୍ଣ୍ଣମୀ ବେଳକୁ ମେଳା ଲାଗିଥାଏ ଏବଂ ଶ୍ରଦ୍ଧାଳୁ ମାନେ ଏଠାକୁ ଦର୍ଶନ କରିବାକୁ ଆସିଥାନ୍ତି l ଏହା ସହିତ ଏପରି ମାନ୍ୟତା ରହିଛି ଯେ ଯେଉଁ ଲୋକମାନେ ଭୁତ ପ୍ରେତ ,ନିଃସନ୍ତାନ ଓ ସର୍ପଦଂଶନ ଏବଂ ମାନସିକ ରୋଗରେ ପୀଡିତ ଅଟନ୍ତି ସେମାନଙ୍କର ଚିକିତ୍ସା କରାଜିଥାଏ l

୪୦୦ ବର୍ଷରୁ ଅଧିକ ହେଲାଣି ଏହି ମେଳାରେ ମାନସିକ ରୋଗୀ ମାନେ ସମାଧିରା ପରିକ୍ରମା କରିଥାନ୍ତି ଓ ସେମାନଙ୍କ ଶରୀରରେ ହଲଚଲ ହେବାକୁ ଲାଗିଥାଏ l ଏହା ପରେ ଏଠାରେ ବସିଥିବା ପୂଜାରୀ ମହିଳା ରୋଗୀ ମାନଙ୍କର କେଶକୁ ଧରି ପଚାରିଥାନ୍ତି କଣ ଅସୁବିଧା ହୋଇଛି ଏବଂ ଝାଡ଼ୁରେ ମାଡ଼ ମରାଯାଇଥାଏ l ଏହାପରେ ବାବା ଗୁରୁ ସାହେବଙ୍କର ଜ୍ୟାକର ମିଳିବାକୁ ମିଳେ l ସେଠାକୁ ଆସିଥିବା ଜଣେ ଶ୍ରଦ୍ଧାଳୁ କହିଥିଲେ ଯେ ତାଙ୍କ ଝିଅ ୨ବର୍ଷ ହେଲାଣି ରୋଗରେ ପଡିଥିଲା ଓ ତାର ଚିକିତ୍ସା ପାଇଁ ୨ ଲକ୍ଷ ତାଙ୍କ ପାଖାପାଖି ଖର୍ଚ ହୋଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା l କିନ୍ତୁ ବର୍ତ୍ତମନ ତାଙ୍କ ଝିଅ ସୁସ୍ଥ ଅଛନ୍ତି l ଆଉ ଜଣେ ଶ୍ରଦ୍ଧାଳୁ କହିଛନ୍ତି ଯେ ଗୁରୁସାହେବଙ୍କ ସମାଧି ପାଖରେ ଆଲକିକ ଶକ୍ତି ରହିଛି ତେଣୁ ଏହିଭଳି ରୋଗୀ ମାନେ ଏଠାରେ ସୁସ୍ଥ ହୋଇ ଯାଉଛନ୍ତି l

Leave A Reply