Odisha news

କନ୍ଧମାଳ ଜିଲ୍ଲା ଗୋଛାପଡା ଅଂଚଳରୁ ଚାଲାଣ ବେଳେ କାର ସହ ୩୦ କିଗ୍ରା ଗଞ୍ଜେଇ ଜବତ,ଜଣେ ଗିରଫ ୨ ଫେରାର

0

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଅଂଚଳରୁ ଗୋଟିଏ ଟାଟା ଇଣ୍ଡିଗୋ କାର ଯୋଗେ ୩୦ କିଗ୍ରା ଚାଲାଣ ବେଳେ ଖବର ପାଇ ଫୁଲବାଣୀ ଏଫସିଆଇ ଛକଠାରେ କାର ଓ ଗଞ୍ଜେଇ ଜବତ କରିବା ସହିତ ଜଣେ ଚାଲାଣକାରୀକୁ ଗିରଫ କରିଛି ଫୁଲବାଣୀ ଅବକାରୀ ବିଭାଗ ।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୋଟିଏ ଟାଟା ଇଣ୍ଡକୋ କାର ଓ.ଆର-୦୨ ବିସି- ୪୩୦୨ କାରରେ କନ୍ଧମାଳ ଜିଲ୍ଲା ଗୋଛାପଡା ଅଂଚଳରୁ କଟକ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଫୁଲବାଣୀ କୌଣସି ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇବାପରେ ସ୍ଥାନୀୟ ଏଫସିଆଇ ଛକଠାରେ ଅବକାରୀ ଇନିସ୍ପେକ୍ଟର ଅଜୟ ବେହେରାଙ୍କ ନେତୃତ୍ୱରେ ବିଭାଗର କର୍ମଚାରୀ ମାନେ ଅପେକ୍ଷା କରିଥିବା ବେଳେ ସେଠାରେ ଏହି କାରଟି ପହଂଚିଥିଲା । ଗାଡିକୁ ତଲାସି ନେବାପରେ ସେଥିରୁ ଗୋଟି ବସ୍ତାରେ ୩୦ କିଗ୍ରା ଗଞ୍ଜେଇ ମିଳିଥିଲା ।

ଏହି ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା କନ୍ଧମାଳ ଜିଲ୍ଲା ଗୋଛାପଡା ଅଂଚଳର ଅନିଲ ଦିଗାଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ଅବକାରୀ ବିଭାଗ । ବାଇକ ଯୋଗେ ଏହି କାରକୁ ସୁରକ୍ଷା ଯୋଗାଉଥିବା ଗୋଛାପଡା ଅଂଚଳର ସଲାଗୁଡା ଗ୍ରାମର ସୁନିଲ ଦିଗାଲ ଏବଂ ଗୋକୁଳ ଦିଗାଲ ସେଠାରୁ ଫେରାର ହୋଇଯାଇଥିବା କହିଛନ୍ତି ଇନିସ୍ପେକ୍ଟର ଅଜୟ ବେହେରା ତେବେ ଏହି ଗଞ୍ଜେଇକୁ କଟକ ଜିଲ୍ଲାକୁ ଚାଲାଣ କରିବାକୁ ଯାଉଥିବା ନେଇ ଅନିଲ କହିଥିବା ସୂଚନା ମିଳିଛି ବିଭାଗ ପକ୍ଷରୁ । ଏହି ସଂକ୍ରନ୍ତରେ ଏକ ମାମଲା ୧୪/୨୦୨୧ ରୁଜ୍ୁ କରିବା ସହିତ ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଅବକାରୀ ଇନିସ୍ପେକ୍ଟର ।

Ad2
Leave A Reply