Odisha news

ସନ୍ତୋଷୀ ମା ଭୋଗ ଖିଆକୁ ନେଇ ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ

0

ଭୁବନ,୨ ।୧ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ସୁରପ୍ରତାପପୁର ଫାଣ୍ଡି ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଝିଅ କଳିରୁ ସଙ୍ଘବଦ୍ଧ ଭାବେ ବାପାକୁ ଆକ୍ରମଣ କରି ହତ୍ୟା କରିଥିବାର ସୂଚନା ମିଳିଛି । ସନ୍ତୋଷୀ ମା ଓଷା ଭୋଗ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗିଥିଲା କଳି । ବାପା ନିଆଁ ପୋହିଁ ହେଉଥିବା ବେଳେ ପଡୋଶୀ ଏକାଠି ହୋଇ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ପୋଲିସ ଆହତକୁ ପ୍ରଥମେ ମଠକରଗୋଳା ପରେ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ସୂଚନା ମିଳିଛି । ଖବର ନେବାରେ ଜଣାଯାଏ ଯେ ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ତନ୍ତିସାହିରେ ବାସ କରନ୍ତି ବିଜୟ ଗୁରୁ । ସେ ପୂର୍ବତନ ୱାର୍ଡ ସଭ୍ୟ ଭାବେ ଜଣାଶୁଣା ବ୍ୟକ୍ତିତ୍ୱ ।

ସାହିରେ ଝିଅମାନେ ସନ୍ତୋଷୀ ମା ଓଷା କରିଥିଲେ । ଭୋଗ କରିବାକୁ ନେଇ ଗତ ଶୁକ୍ରବାର ଦିନ ବିଜୟ ଗୁରୁଙ୍କ ଝିଅ ଓ ଗୋପାଳସାହିର ଶର୍ମା ଝିଅ ମଧ୍ୟରେ କଳି ହୋଇଥିଲା । ଏହି କଳିର ମାତା୍ର ଏତେ ଅଧିକ ଥିଲା ଯେ ସପ୍ତାହ ମଧ୍ୟରେ ଏହା କୁହୁଳି କୁହୁଳି ଶନିବାର ସକାଳୁ ଏହା ଜଳି ଉଠିଥିଲା । ବିଜୟ ନିଜ ଘର ସାମନାରେ ନିଆଁ ପୋହିଁ ହେଉଥିବା ସମୟରେ ହଠାତ ୨୦ରୁ ୨୫ ଜଣ ବ୍ୟକ୍ତି ସଂଙ୍ଗବଧ ଭାବେ ଏକତ୍ରିତ ହୋଇ ଆକ୍ରମଣ କରିଥିଲେ ।

ବିଜୟଙ୍କ ଝିଅ ସ୍ତ୍ରୀ ଯେତେ ଚେଷ୍ଠା କଲେ ମଧ୍ୟ ଆକ୍ରମଣକାରୀଙ୍କ କବଳରୁ ବାପାଙ୍କୁ ରକ୍ଷା କରିିପାରିନଥିଲେ । ଖବର ପାଇ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଁଚି ଆହତ ବିଜୟକୁ ଆକ୍ରମଣକାରୀଙ୍କ ନିକଟରୁ ଉଦ୍ଧାର କରିଥିଲେ । ଆହତ ବିଜୟଙ୍କୁ ପ୍ରଥମେ ମଠକରଗୋଳା ପରେ ଢେଙ୍କାନାଳକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘରଣାର ଗୁରୁତ୍ୱ ଅନୁଭବ କରି ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ କେ.ଶିବା ସୁବ୍ରମଣୀ ସୁରପ୍ରତାପୁର ଗ୍ରସ୍ତକରି ତଦନ୍ତ ଜାରି ରଖିଛନ୍ତି ।

Leave A Reply