ଭୋଗରାଇ : ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ନହେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ନେତୃମଣ୍ଡଳୀ ଅଭିଯୋଗ କରିଛନ୍ତି । ରବିବାର ଅପରାହ୍ନରେ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନା,କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଏମ୍ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ଭୋଗରାଇ ବିଧାନସଭା ପାର୍ଥୀ ସତ୍ୟଶିବ ଦାସ, ଜଳେଶ୍ୱର ବିଧାୟନସଭା ପାର୍ଥୀ ସୁଦର୍ଶନ ଦାସ ପ୍ରମୁଖ ଉତ୍ତରବାଲେଶ୍ୱରର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ବ୍ଲକର ବନ୍ୟାଞ୍ଚଳ ଗସ୍ତକରି କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିଥିଲେ ।
ଏବାବଦରେ ଏହି କମିଟି କଂଗ୍ରେସ ଦଳର ସୁପି୍ରମୋ ସୋନିଆ ଗାନ୍ଧୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ସୁବର୍ଣ୍ଣରେଖା ସଂସ୍କାର ଯୋଜନା ୟୁପିଏ ସରକାରଙ୍କ ସମୟରେ ପ୍ରସ୍ତାବ ଦିଆଯାଇଥିବାବେଳେ ଅଦ୍ୟାବଧି ୯୭୪ କୋଟିର ଏହି ଯୋଜନା କାର୍ଯ୍ୟକାରୀ ହୋଇନଥିବାରୁ ଉତ୍ତର ବାଲେଶ୍ୱର ଅଞ୍ଚଳ ବନ୍ୟାରେ ଉବୁଟୁବୁ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟି·ଲିଛି ଏଥିପାଇଁ ରାଜ୍ୟ ବିଜେଡ଼ି ଓ କେନ୍ଦ୍ରର ଭାଜପା ସରକାର ଦାୟୀ ବୋଲି କଂଗ୍ରେସ ପ୍ରତିନିଧି ଦନ ପ୍ରକାଶ କରିଥିଲେ । ପରେ ଭୋଗରାଇ ବ୍ଲକ ଆରୁହାବୃତ୍ତି ଗ୍ରାମରେ ଏକ ଖବରଦାତା ସମ୍ମିଳନୀରେ ଏବାବଦରେ କଂଗ୍ରେସ ପକ୍ଷରୁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମତାମତ ଦିଆଯାଇଥିଲା । ବନ୍ୟାବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବିଫଳ ହୋଇଥିବାରୁ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବିନା ମୂଲ୍ୟରେ କୃଷି ସାମଗ୍ରୀ ପ୍ରଦାନ, କୃଷିଋଣ ଆଦି ଛାଡ଼ କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।