ଭୋଗରାଇ : ପ୍ରବଳ ବର୍ଷା ଓ ସୁବର୍ଣ୍ଣରେଖା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଭୋଗରାଇ ଅଞ୍ଚଳବାସିନ୍ଦାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଏଭଳି ସ୍ଥିତିରେ ଭୋଗରାଇ ଧୋୟା ଅଞ୍ଚଳରେ ଥିବା ୧୭ଟି ପଞ୍ଚାୟତର ଅନୁ୍ୟନ ୭୦ ହଜାର ଲୋକ ପ୍ରଭାବିତ ହୋଇ ଦୁର୍ଦିନରେ କାଳ କାଟୁଛନ୍ତି ।
ବନ୍ୟାପାଣି ଘେରରେ ଶତାଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଥିବା ବେଳେ ବନ୍ୟା ବିପନ୍ନଙ୍କ ନିକଟରେ ଅଦ୍ୟାବଧି କୌଣସି ସରକାରୀ ସହାୟତା ପହଞ୍ଚôପାରି ନାହିଁ । ଅନେକ ଲୋକଙ୍କ ଘରେ ଚୁଲି ଜଳୁ ନଥିବାରୁ ସେମାନେ ଭୋକ ଉପବାସରେ ଛଟପଟ ହେଉଛନ୍ତି । ଛୋଟ ଛୋଟ ପିଲାଙ୍କ କଥା ନକହିବା ଭଲ ।
ଏପରିସ୍ଥିତିରେ ସରକାର ୭ଦିନ ପାଇଁ ବନ୍ୟା ବିପନ୍ନଙ୍କୁ ଖାଦ୍ୟଯୋଗାଇଦେବା ନିମନ୍ତେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ବନ୍ୟା ଓ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥିବାରୁ ସେମାନେ ପଲିଥିନ୍ ତଳେ ଜୀବନ ବିତାଉଛନ୍ତି ।
ଏପରିସ୍ଥିତିରେ ସରକାରଙ୍କ ପକ୍ଷରୁ ଆବଶ୍ୟକ୍ୟୟ ଖାଦ୍ୟ ଔଷଧ ଓ ପଲିଥିନ୍ ଯୋଗାଇଦେବାକୁ ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ, ସନ୍ତୋଷ କୁମାର ଜେନା,ସରପଞ୍ଚ ପ୍ରଭୁ ଦୟାଲ ଜେନା ପ୍ରମୁଖ ଦାବି କରିଛନ୍ତି । ଏହାଛଡ଼ା କଂଗ୍ରେସ ନେତାମାନେ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ।