ଭଞ୍ଜନଗର – ତାରାସିଂ ଥାନା ଅନ୍ତର୍ଗତ ଗେରେଡା ଗ୍ରାମରେ ଘରେ ପଶି ସ୍ବାମୀ ଓ ସ୍ତ୍ରୀ ଙ୍କୁ ଆକ୍ରମଣ କଲେ ଯୁବକ । ଗେରେଡା ଗାଁ ର ନବଘନ ନାୟକ ଓ ସ୍ତ୍ରୀ ଅନ୍ନପୂର୍ଣ୍ଣା ନାୟକଙ୍କୁ ଆକ୍ରମଣ କରିଛି ସେହି ଗାଁ ର ଜିତୁ ନାୟକ ଓ ତାର ୨ ସହଯୋଗୀ ପିତବାସ ନାୟକ ଓ ସଞ୍ଜୟ ନାୟକ । ଉଭୟ ସହଯୋଗୀଙ୍କ ଘର ବେଲଗୁଣ୍ଠI ଥାନା ଅନ୍ତର୍ଗତ ତନରଡା ଗ୍ରାମରେ । ଏନେଇ ସଂପୃକ୍ତ ଆକ୍ରମଣକାରୀ ୩ ଯୁବକଙ୍କ ନାମରେ ତାରାସିଙ୍ଗି ଥାନା ରେ ଲିଖିତ ଅଭିଯୋଗ କରିଥିଲେ , ଅନ୍ନପୂର୍ଣ୍ଣା ନାୟକ । ଅଭିଯୋଗ କୁ ଭିତ୍ତି କରି ତାରାସିଂ ଥାନା କେସନଂ ୨୯୨/୨୨ ମାମଲା ରୁଜୁ ହେବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗ ପ୍ରକାରେ , ଗେରେଡା ଗ୍ରାମର ଜନୈକ ଯୁବତୀକୁ ଗାଳିଗୁଲଜ କରିଥିଲା ଜିତୁ । ଘଟଣା ସମୟରେ ଯୁବତୀ ଜଣକ , ନବଘନଙ୍କ ଘରକୁ ଚାଲିଯାଇଥିଲେ । ଏହାକୁ ନେଇ ପୁଣି ଜିତୁ ଗାଳିଗୁଲଜ କରିଥିଲା । ନବଘନ ଏହାକୁ ପ୍ରତିବାଦ କରିଥିଲେ । ପରେ ଜିତୁ ଉତକ୍ଷିପ୍ତ ହୋଇ ରବିବାର ସକାଳୁ ତାର ଦୁଇ ସହଯୋଗୀ ପିତବାସ ଓ ସଞ୍ଜୟ ଙ୍କ ସହ , ନବଘନଙ୍କ ଘରକୁ ଯାଇ ପୁଣି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଘଟଣା ସମୟରେ ସ୍ତ୍ରୀ ଅନ୍ନପୂର୍ଣ୍ଣା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ ମାରି , ଚମ୍ପଟ ମାରିଥିଲେ । ଏବଂ ନବଘନକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।