Odisha news

ବାଇକ୍ କୁ ଧକ୍କା ଦେଲା ଅଜଣା ଗାଡ଼ି , ୨ ଗୁରୁତର

0
ଭଞ୍ଜନଗର – ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପେଟ୍ରୋଲ ଟାଙ୍କି ନିକଟରେ ବାଇକ୍ କୁ  ଧକ୍କ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇଜଣ ଦଦା ଓ ପୁତୁରା ବୋଲି ଜଣାପଡିଛି । ସେମାନେ ହେଲେ ଦଦା ଜିତେନ୍ଦ୍ର ଡାକୁଆ ଓ ପୁତୁରା ଅଶ୍ବିନୀ ଡାକୁଆ । ଖବର ନେବାରେ ଜିତେନ୍ଦ୍ର ଓ ଅଶ୍ବିନୀ କୈଣସି କାମରେ ଭଞ୍ଜନଗର ଆସି , ନିଜ ଗ୍ରାମ ଜଡାହାଟୁଣୀ କୁ ଫେରୁଥିଲେ । କୁଲାଡ ନିକଟରେ  ବିପରୀତ ଦିଗରୁ ଆସୁଥିବା ଏକ ଗାଡି ଧକ୍କା ଦେବା ଫଳରେ ବାଇକ୍ ଟି  ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ବାଇକ୍ ଯାଉଥିବା ଉଭୟ ଦାଦା ଓ ପୁତୁରା  ଆହତ ହୋଇଥିଲେ ।   ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଖବର ପରିବାର ଲୋକଙ୍କ ନିକଟରେ ପହଞ୍ଚିବା ପରେ ଜିତେନ୍ଦ୍ରଙ୍କ ଜେଜେମା ଙ୍କ ହଠାତ୍ ଅସ୍ବଭାବିକ ଭାବେ  ମୃତ୍ୟୁ ହୋଇଛି । ଗୋଟିଏ ପଟେ  ନାତି ଦୁଘର୍ଟଣାରେ ଗୁରୁତର ଆହତ ହୋଇ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ , ଅନ୍ୟପଟେ ଜେଜେମାଙ୍କ  ଆକସ୍ମିକ ମୃତ୍ୟୁ  । ଏନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି ।
Leave A Reply