Odisha news

ପିଆରଏମରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଭଞ୍ଜସେନା ପକ୍ଷରୁ ବିଶାଳ ବିକ୍ଷୋଭ

0

ବାରିପଦା  : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଥିବା ଅନଭିଜ୍ଞ ସୁପରିଟେଣ୍ଡେଣ୍ଟ, ବେପାରୀ ମନବୃତ୍ତି ଥିବା ପ୍ରଫେସର, ଡାକ୍ତର ଓ କର୍ମଚାରୀ ମନମୁଖୀ କାର୍ଯ୍ୟ ଯୋଗୁଁ ଆଦିବାସୀ ବହୁଳ ମୟୂରଭଞ୍ଜର ସାଧାରଣ ଲୋକେ ମୃତୁ୍ୟ ମୁଖରେ ପଡୁଥିବାବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାତ୍ର ଏଥିପ୍ରତି ରାଜ୍ୟସରକାର ଓ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ କର୍ଣ୍ଣପାତ ନକରି କୌଣସି ହସ୍ତକ୍ଷେପ କରୁନାହାଁନ୍ତି । ଏଣୁ ପିଆରଏମ୍ରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟସେବାକୁ ତୁରନ୍ତ ସୁଧାରି ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଭଞ୍ଜସେନା ପକ୍ଷରୁ ପିଆରଏମ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିସହ ତୁରନ୍ତ ସୁପରିଟେଣ୍ଡେଣ୍ଟଙ୍କ ବଦଳି କରି ଅଭିଜ୍ଞ ଲୋକଙ୍କୁ ମେଡିକାଲ ସୁପରିଟେଣ୍ଡେଣ୍ଟ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ନିମାଇଁ ତ୍ରିପାଠୀ, ବାଜୁନ୍ ହାଁସଦାଃ, ରାକେଶ ବେହେରା, ମାନସ ବେହେରା, ସାମନ୍ତ ଶେଖର ପାଲ, ସୌମ୍ୟ ରଞ୍ଜନ ମିଶ୍ର, ରବିନ୍ ମହାନ୍ତି, ଏମ୍ଡି ନାଜିର, ରାକେଶ ମହାନ୍ତି, ପ୍ରଶାନ୍ତ ମହାକୁଡ୍, ବିରେନ୍ଦ୍ର ନାଥ, ମନୋରଞ୍ଜନ ସାହୁ, ସଞ୍ଜୟ ମହାର୍ଣ୍ଣା, ସଚିନ୍ ସନଲଖୀ, ରତିକାନ୍ତ ଦାସ, ସୌଭାଗ୍ୟ ଦେବାବୁ, ଏମ୍ଡି ରାଜା, ଗୌରାଙ୍ଗ ଚକ୍ରବର୍ତ୍ତୀ, ଅଙ୍କିତ୍ ଗିରି, ରୂପାଲୀ ରୂପନିତା ବେହେରା ଓ ପଙ୍କଜ କରଣ ପ୍ରମୁଖଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ ।

Nalco
Leave A Reply