ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ଖୁଣ୍ଟା କଲେଜର ପୂର୍ବତନ ସମ୍ପାଦକ ଗିରିଶ ଚନ୍ଦ୍ର ଦାସଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦାସ ଜଣେ ଭଦ୍ରବ୍ୟକ୍ତି, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ସ୍ୱର୍ଗତ ଦାସ ପୂର୍ବତନ ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି, ରାଣୀବନ୍ଧ ହାଇସ୍କୁଲର ପ୍ରତିଷ୍ଠାତା, ଚାନ୍ଦଡିହା ବାସନ୍ତୀ କମିଟିର ପୂର୍ବତନ ସଭାପତି, ଭଣ୍ଡାଗାଁ ତନ୍ତ ସମବାୟ ସମିତିର ପୂର୍ବତନ ସଭାପତି, ହିଙ୍ଗୁଳା କମିଟରି ଆଜୀବନ ସଭ୍ୟ, ଖୁଣ୍ଟା ଲ୍ୟାମ୍ପର ପୂର୍ବତନ ସଭାପତି ତଥା ରାଜ୍ୟ କୋପରେଟିଭ ଏସୋସିଏସନର ପୂର୍ବତନ ନିଦେ୍ର୍ଦଶକ ରହିବା ସହ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀ ଅବଦାନ ପାଇଁ ମାନପତ୍ର ଓ ସ୍ୱର୍ଣ୍ଣପଦକ ପ୍ରାପ୍ତ ତଥା ଜଗତଗୁରୁ କୃପାଳୁଜୀ ମହାରାଜ୍ଙ୍କ ଶିଷ୍ୟ ଥିଲେ । ତାଙ୍କ ବାସଭବନରେ ୮୬ବର୍ଷ ବୟସରେ ପରଲୋକ ହୋଇଯାଇଥିବାବେଳେ ମୃତୁ୍ୟଶଯ୍ୟା ନିକଟରେ ପୁଅବୋହୂ, ୫ଜଣ ଝିଅଜ୍ୱାଇଁ ଓ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କ ସାନପୁଅ ରଘୁମଣୀ ଦାସ ମୁଖାଗ୍ନୀ ଦେଇଥିଲେ ।
