ବାରିପଦା : ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରମ୍ବାର ଦରଦାମ ବୃଦ୍ଧି, ବେକାରୀ ବୃଦ୍ଧି, ଚୂଡା, ମୁଢି, ଗୁଡ, ପେନ୍ସିଲ୍, କଟର, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ମୂଲ୍ୟବୃଦ୍ଧି ପ୍ରତିବାଦରେ ଚଳିତମାସ ୫ତାରିଖ ଶୁକ୍ରୁବାର ଦିନ ଧାରଣା ଦିଆଯିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଏଥିପ୍ରତି ଆଦୌ ଦୃଷ୍ଟି ନଦେବା ସହ କେବଳ ଗାନ୍ଧୀ ପରିବାର ଓ ବିରୋଧୀ ଦଳଙ୍କ ଉପରେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ କରିବାରେ ବ୍ୟସ୍ତ । ତେଣୁ ଏହାର ପ୍ରତିବାଦରେ ଏକ ପ୍ରତିବାଦ ସଭା ଓ ଧାରଣାର ଆୟୋଜନ କରାଯିବାକୁ ଥିବାବେଳେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବା ନେଇ ସୂଚନା ଦେବାସହ ଚଳିତମାସ ୯ତାରିଖ ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତି ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା କରି ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଛି । ଆଜିର ଏହି ବୈଠକ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ସଭାପତିତ୍ୱରେ ହୋଟେଲ ଦିବ୍ୟା ପ୍ୟାଲେସ୍ କନଫରେନ୍ସ ହଲ୍ରେ ଅନୁଷ୍ଠିତ ହୋଇଥିବାବେଳେ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ଏମଏଲଏ ଅକ୍ଷୟ ଆଚାର୍ଯ୍ୟ ଯୋଗଦେଇ କର୍ମୀ ଓ କର୍ମକର୍ତ୍ତା ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ବୈଠକରେ ପୂର୍ବତନ ଏମ୍ପି ସୁଶ୍ରୀ ସୁଶିଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ବରିଷ୍ଠ ନେତା ବିଜନ ଦାସ, ଜ୍ୟୋତି ପ୍ରକାଶ ରଥ, ଅଶୋକ ଅଧିକାରୀ, ପ୍ରଭାସ କର ମହାପାତ୍ର, ନିରୋଜ ଲୋଚନ ଦାସ, ଯୋଗେଶ ଅଗ୍ରୱାଲ, ଅରବିନ୍ଦ ଦାସ, ସୁସ୍ମିତା ଘୋଷାଲ, ଶାନ୍ତନୁ ପାଲ, ମୋତି ପ୍ରକାଶ ଦାସ, ସେକ୍ ରଖିମ୍, ଦିଲ୍ଲୀପ ନାଏକ, ଲାଲ ମୋହନ ସିଂ, ଶିବାନନ୍ଦ ଦାସ, ପ୍ରଦୀପ ଦାସ, ନିର୍ମଳ ପ୍ରଧାନ, ଭାଗିରଥି ଘୋଡେଇ ଓ ରତନଲାଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
