Odisha news

ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଚଳିତବର୍ଷ ବନ୍ଦ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ଦେଇଥିବାବେଳେ ଉକ୍ତ ଆଦେଶର ସଂଶୋଧନ ପାଇଁ ଭଞ୍ଜନଗରରୁ ସୁପ୍ରିମକୋର୍ଟରେ ପିଟିସନ୍ ଫାଇଲ୍

0

ଭଞ୍ଜନଗର – କରୋନା ମହାମାରୀ ଭଳି ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଚଳିତବର୍ଷ ବନ୍ଦ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ଦେଇଥିବାବେଳେ ଉକ୍ତ ଆଦେଶର ସଂଶୋଧନ ସହ କୋଟି କୋଟି ହିନ୍ଦୁଧର୍ମାବଲମ୍ବୀଙ୍କ ଭାବାବେଗ ସହ ଜଡିତ ରଥଯାତ୍ରାକୁ ବିନା ଭକ୍ତରେ ପାଳନ କରିବାକୁ ଭଞ୍ଜନଗରର ନୋଟାରୀ ପବ୍ଲିକ୍ ଖରାଂଶୁ ଶେଖର ଦାଶ ଏକ ପିଟିସନ୍ ଫାଇଲ କରିଛନ୍ତି । ଆବେଦନକାରୀ ଦାଶ ଦର୍ଶାଇଛନ୍ତିଯେ ପୁରୀ ଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ।

ଏହି ପରମ୍ପରାକୁ ବଜାୟ ରଖିବ ଲାଗି ଭକ୍ତଙ୍କ ବିନା ରଥଯାତ୍ରା କରାଯାଉ । ଏଥିରେ କେବଳ ସେବାୟତ ଓ ପୋଲିସ ଅଧିକାରୀଙ୍କୁ ରଥ କାର୍ଯ୍ୟ ତଥା ରଥ ଟଣା କାର୍ଯର୍୍ୟ୍ର ସମ୍ପନ୍ନ କରିବାକୁ ଦାୟିତ୍ୱ ଦିଆଯାଉ । ଫଳରେ ରଥଯାତ୍ରାରେ ଅନ୍ୟ କେହି ଯୋଗ ଦେଇପାରିବେ ନାହିଁ । ପରମ୍ପରା ଅନୁଯାଇ ଯଦି ରଥ ଟଣା କାର୍ଯ୍ୟ ସମ୍ପନ୍ନ ନହୁଏ ତେବେ ମହାପ୍ରଭୃଙ୍କ ଅନେକ ପର୍ବ ପର୍ବାଣୀରେ ବିଭ୍ରାଟ ସୃଷ୍ଟି ହେବ ।

ତେଣୁ କୋଭିଡ ନିୟମକୁ ଅନୁପାଳନ କରାଯାଇ ରଥଯାତ୍ରା କରାଯିବା ସପକ୍ଷରେ ସେ ଆବେଦନରେ ଦର୍ଶାଇଛନ୍ତି । ଆବଶ୍ୟକ ହେଲେ ପୁରା ପୁରୀ ସହରକୁ ସଟ୍ ଡାଉନ୍ ଘୋଷଣା କରାଯାଇ ବଡଦାଣ୍ଡକୁ ସଂପୂର୍ଣ୍ଣ ସିଲ କରାଯାଇ ରଥଯାତ୍ରା କରାଯିବାକୁ ସେ ନିଜ ଆବେଦନରେ ଅନୁରୋଧ କରି ଏଦିଗରେ ସୁପି୍ରମକୋର୍ଟ ଦେଇଥିବା ରାୟର ପୁର୍ନବିଚାର କରିବାକୁ ଅନୁରୋଧ କରିଥିବା ଆଡଭୋକେଟ ଖରାଂଶୁ ଶେଖର ଦାଶ ଉଲ୍ଲେଖ କରିଛନ୍ତି ।

Leave A Reply