Odisha news

ସଡ଼କ ସୁରକ୍ଷା ସପ୍ତାହ ପାଳନ

0

ଭଞ୍ଜନଗର–ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡ଼କ 34ତମ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି | ଅଧ୍ୟକ୍ଷ ଅଜିତ କୁମାର ଶତପଥିଙ୍କ  ସଭାପତିତ୍ୱରେ ସଚେତନତା ଆଲୋଚନାରେ ଯାନବାହାନ ନିରୀକ୍ଷକ ଭାଗିରଥି ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ |କନିଷ୍ଟ ଯାନବାହାନ ନିରୀକ୍ଷକ ନେତ୍ର|ନନ୍ଦ ମିଶ୍ର ଯୋଗ ଦେଇ କାର୍ଯ୍ୟାଳୟ ଦ୍ୱାରା ଗାଡି ଯାଞ୍ଚ ସମ୍ପର୍କରେ କହିଥିଲେ |ଅବୈତନିକ ବନ ତତ୍ୱାବଧାରକ ତଥା ଅନୁଷ୍ଠାନ ର ସଭାପତି  ଶୁଳପାଣି ଶତପଥି ସଚେତନତା ବାର୍ତ୍ତା ଦେଇଥିଲେ |ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତା ସିନେମା ପ୍ରଦର୍ଶନ କରାଯାଇଥିଲା ଏବଂ ସଡକ ସୁରକ୍ଷା ସମ୍ପର୍କରେ ପ୍ରଶ୍ନ କର|ଯାଇଥିଲା କୃତି ଛାତ୍ରଛାତ୍ରୀଙ୍କୁ  ବେଲେଶ୍ୱର ମହାପ୍ରଭୁ ଙ୍କ ଫୋଟୋ ଚିତ୍ର ଏବଂ କଲମ ପୁରସ୍କାର ସ୍ୱରୁପ ପ୍ରଦାନ କରାଯାଇଥିଲା | ଅତିଥି ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ ସ୍ୱାଗତ କରିଥିଲେ | ସଭା ଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରବି ନାରାୟଣ ମହାନ୍ତି  ଧନ୍ୟବାଦ ଦେଇଥିଲେ | ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ସ୍ୱତନ୍ତ୍ର ସହଯୋଗ କରିବା ସହ ଛାତ୍ରଛାତ୍ରୀ ଓ ଅନୁଷ୍ଠାନ କୁ ସୂବେଛ| ଜ୍ଞାପନ କରିଥିଲେ| ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟ ରେ ସହଯୋଗ କରିଥିଲେ |

Nalco
Leave A Reply