ବ୍ରହ୍ମପୁର ତା ୧୪।୧ : ଆନ୍ଧ୍ର ଭାଷା ବୈବାର୍ଧନୀ ସମାଜମ ପକ୍ଷରୁ ଆଜି ସ୍ଥାନୀୟ ପ୍ରକାଶ ମହଲ ଠାରେ ମକର ସଂକ୍ରାନ୍ତି ଅବସରରେ ସଂକ୍ରାନ୍ତି ସାମ୍ବାରୁଲ କାର୍ଯ୍ୟ କ୍ରମ କୁ ଅଧ୍ୟକ୍ଷ ପି ସତ୍ୟ ନାରାୟଣ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଆନ୍ଧ୍ର ପ୍ରଦେଶ ର ସେମାନଙ୍କ ଚଲିଚଳଣ ଓ ପଙ୍ଗଲ ଉପରେ ଆଲୋକପାତ କରି ଥିଲେ। ସମ୍ମାନୀତ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ସେମାନଙ୍କୁ ବ୍ରହ୍ମପୁର ରେ ଚାଲିଥିବା ସିଲ୍କ ସିଟି ଫେଷ୍ଟ କାର୍ଯ୍ୟକ୍ରମରେ ରାଜ୍ୟ ସମେତ ଦେଶର ବହୁ ନାମି ଦାମି ଗାୟକ ଓ କଳାକାର ଯୋଗ ଦେଉଛନ୍ତି। ଏହି କାର୍ଯ୍ୟକ୍ରମର ମଜା ନେବା ପାଇଁ ସମସ୍ତ ଙ୍କୁ ନିମନ୍ତ୍ରଣ କରାଯାଇଅଛି। ଟି ବାସୁଦେବା ରାଓ,ଆର ଶ୍ରୀନିବାସ, ଟି ଗୋପି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କର୍ପୋରଟର ଜେ ଶ୍ରୀନୁ, ଟି କିଶୋର ପାତ୍ର,ଦୁର୍ଗା ଲାୟକ,ସୁରେନ୍ଦ୍ର କୁମାର ମହାରଣା,ସମୀର କୁମାର ମିଶ୍ର ଓ ସୋନାଲୀ ଗନ୍ତାୟତ ଙ୍କ ସମେତ ବହୁକର୍ମ କର୍ତ୍ତା ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସମିତି ପକ୍ଷରୁ ଏକ ଶୋଭାଯାତ୍ରା ସ୍ଥାନୀୟ ସାନ ବଜାର ନିକଟସ୍ଥ ଭେଙ୍କଟେଶ୍ବର ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ପ୍ରକାଶ ମହଲ ଠାରେ ପହଞ୍ଚିଥିଲେ। ପରି ସର ନିକଟରେ ଏକ ଭୋଗୀ ରେ ଅଗ୍ନି ସଂୟୋଗ କର ଭୋଗୀ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ପରେ ଏହି ଅବସରରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
