Odisha news

କନ୍ଧମାଳ ଜିଲ୍ଲାରେ ନଭେମ୍ବର ୫ରେ ପେନ୍‌ସନ୍ ଅଦାଲତ ପେନ୍‌ସନ୍‌ ସମ୍ବନ୍ଧୀୟ ସମସ୍ୟାର ହେବ ସମାଧାନ

0
କନ୍ଧମାଳ, ୦୩/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ପେନ୍‌ସନ୍‌ ଭୋଗୀ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବିଭିନ୍ନ ପେନ୍‌ସନ୍‌ ସମ୍ବନ୍ଧୀୟ ସମସ୍ୟାର ସମାଧାନ ନିମନ୍ତେ କନ୍ଧମାଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୫ ତାରିଖ ଗୁରୁବାର ଦିନ ଏକ ପେନ୍‌ସନ୍ ଅଦାଲତ ଆୟୋଜନ କରାଯିବ। ଏହି ଅଦାଲତ ସକାଳ ୧୦ଟା ସମୟରେ ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ, ଓଡ଼ିଶା ଏବଂ ଲେଖା ନିୟନ୍ତ୍ରକ, ଓଡ଼ିଶାଙ୍କ ମିଳିତ ଆୟୋଜନରେ ଏହି ଅଦାଲତ ହେବ। ଏଥିରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗ କରିବ। ଏହି ଅଦାଲତ ମାଧ୍ୟମରେ ପେନ୍‌ସନ୍‌ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଓ ଦୀର୍ଘଦିନରୁ ରହିଥିବା ସମସ୍ୟା ଗୁଡ଼ିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ମିଳିବ। ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ସମ୍ବନ୍ଧୀୟ ଜଟିଳତା ଦୂର କରିବା ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଦିଗରେ ଏହି ଅଦାଲତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
Ad2
Leave A Reply