ଭଞ୍ଜନଗର—-ଶନିବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଯ୍ୟୋତି ପରିଡା, ଭଞ୍ଜନଗର ଆନ୍ତର୍ଗତ ସମସ୍ତ କ୍ଷତ୍ର ବିଭାଗ ଯ଼ଥା R.D, R & B, Irrigation, Lift Irrigation, P.H.D, R.W.S.S, N.H ଇତ୍ୟାଦିଙ୍କୁ ନେଇ ଏକ ବିଭିର୍ନ କ୍ଷତ୍ର ବିଭାଗର ବିଭିର୍ନ ପ୍ରକଳ୍ପର ଉନ୍ନୟନ କାର୍ଯ଼୍ୟର ସମିକ୍ଷା ବୈଠକ କରିଥିଲେ |ଜିଲ୍ଲାପାଳ ବିଭିର୍ନ ପ୍ରକଳ୍ପର ଅଗ୍ରଗତି ଓ ପରିସମାପ୍ତିକୁ ନେଇ ଏକ ପୁଂଖାନୁପୁଂଖ ଆଲୋଚନା କରିଥିଲେ ଏବଂ ସମସ୍ତ ବିଭାଗକୁ ତାଗିତ କରିଥିଲେ |
ପରିସମାପ୍ତିର ଅବଧି ଭିତରେ ଏହାକୁ ସମ୍ପୁର୍ଣ୍ଣ କରିବା ପାଇ ଆଦେଶ ଦେଇଥିଲେ, ମୁଖ୍ୟତଃ ରାସ୍ତା, ସେତୁ, ପାନିୟ ଜଳ, କୋଠାବାଡି, ଜଳ ସେଚନ ଓ ଊଠା ଜଳ ସେଚନ ଗୁଡିକୁ ସମୟ ସିମା ଭାତରେ ସମାପ୍ତ କରିବାପାଇଁ କଡା ନର୍ଦେଶ ଦେଇଥିଲେ |
ସରକାରଙ୍କର ଯ଼େଉଁସବୁ ଲୋକାଭିମୁଖି ପ୍ରକଳ୍ପକୁ ନିଆଯାଇଛି ତାହାକୁ ଯୁଦ୍ଧ କାଳିନ ଭିତିରେ ପରିସମାପ୍ରି କରିବାପାଇଁ ଅତ୍ୟନ୍ତ ଆବଶ୍ୟକତା ବୋଲି ଯ଼ଣାଇଥିଲେ | ପ୍ରକଳ୍ପର ଅଗ୍ରଗତି ଓ ପରିସମାପ୍ତି ନେଇ ଯ଼ଦି କୌଣଷି ବାଧାବିଘ୍ନ ଥାଏ ତେବେ ଏହାକୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଯ଼ଣାଇବାପାଇଁ ସମସ୍ତ କ୍ଷତ୍ର ବିଭାଗକୁ ନିର୍ଦେଶ ଦେଲେ | ଜିଲ୍ଲାପାଳ ମଧ୍ୟ ସମସ୍ତ ବିଭାଗର କାର୍ଯ଼୍ୟକୁ ତ୍ୱରାନିତ କରିବାପାଇଁ ଏବଂ ସବୁ ପ୍ରକଳ୍ପକୁ ତିଖ୍ନନଜର ରଖିବାପାଇଁ ଉପଦେଶ ଦେଇଥିଲେ |
ଉକ୍ତ ବୈଠକରେ ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ସଂସ୍ଥାପକ ଅଧିକରୀ ଅନିଲ କୁମାର ପଣ୍ଡା, ରାଜସ୍ୱ ସହାୟକ ସନ୍ତୋଷ ମାହାରଣା ଏବଂ ଫକିର ମୋହନ ସ୍ୱାଇଁ ଏବଂ ସମସ୍ତ ବିଭାଗର ଅଧିକ୍ଷଣ ଜନ୍ତ୍ରୀ ଏବଂ ନିର୍ବାହି ଜନ୍ତ୍ରୀ ମାନେ ଯ଼ୋଗଦେଇଥିଲେ | ଯ଼ୋଗଦେଇଥିବା ସମସ୍ତ ବିଭାଗର ଅଧିକାରୀମାନେ ଜିଲ୍ଲାପାଳଙ୍କ ନିର୍ଦେଶକୁ କଡାକଡିଭାବେ ପାଳନ କରିବାକୁ ପ୍ରତିସୁତି ଦେଇଥିଲେ |