Odisha news

ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂମ୍ପର୍କ , ବଙ୍ଗାଳୀ-କ୍ବାକ ଗିରଫ

0

ଭଞ୍ଜନଗର – ପଶ୍ଚିମବଙ୍ଗ ରୁ ଆସି ଗାଁ ପାଖରେ ରହୁଥିଲା । ଚିକିତ୍ସା କରିବା ବାହାନାରେ , ଗାଁ କୁ ଗାଁ ବୁଲୁଥିଲା  ବଙ୍ଗାଳୀ-କ୍ବାକ । ଲୋକଙ୍କ ଚିକିତ୍ସା କରୁକରୁ , ଜନୈକା ଯୁବତୀକୁ ପ୍ରେମ ଜାଲରେ ଫସେଇଲା । କିଛି ବର୍ଷଧରି ପ୍ରେମ କଲା  । ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଲା । ପରେ ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା ପରେ ,  ଗାଁ ରୁ ଫେରାର ହୋଇଯାଇଥିଲା ବଙ୍ଗାଳୀ-କ୍ବାକ । ଏନେଇ ନିକଟସ୍ଥ ଥାନାରେ ଅଭିଯୋଗ ପରେ , ସଂପୃକ୍ତ ଠକ ପ୍ରେମିକ କୁ ଗିରଫ କରିଛି ପୋଲିସ । ଏଭଳି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରାସିଂ ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର । ସମର୍ଥ ସରକାର ନାମକ ଏହି ଠକ ଯୁବକ ଜଣକ ତାରାସିଂ ଥାନା ଅଞ୍ଚଳରେ ରହି , କ୍ବାକ ଚିକିତ୍ସା କରୁଥିଲା । ଏହା ମଧ୍ୟରେ ଜନୈକା ଯୁବତୀ ଙ୍କ ସହ ଦେଖା ହେବାପରେ , ଉଭୟଙ୍କ ସମ୍ପର୍କ ଧିରେଧିରେ ଆଗକୁ ବଢିଥିଲା । ପ୍ରଥମେ ଦେଖାସାକ୍ଷାତ , ତା’ପରେ ପ୍ରେମ ଏବଂ ସୁଯୋଗ ଦେଖି ଶାରିରୀକ ସମ୍ପର୍କ । ଶେଷରେ ଯୁବତୀ ଜଣକ ଗର୍ଭବତୀ ହେବା ଜାଣି , ଛୁ’ ମାରିଲା ଠକ ବଙ୍ଗାଳୀ-ପ୍ରେମିକ । ତାରାସିଙ୍ଗି ଥାନା ରେ ଲିଖିତ ଅଭିଯୋଗ ପରେ ,  ୧୮୫/୨୨ରେ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଖୋଜୁଥିଲା ପୋଲିସ । କିଛିଦିନ ବ୍ୟବଧାନରେ , ଅଭିଯୁକ୍ତ ଜଣକ  ପଶ୍ଚିମବଙ୍ଗ ରୁ ଟ୍ରେନ ଯୋଗେ ବ୍ରହ୍ମପୁର କୁ ଆସୁଥିବା ସୂଚନା ପାଇଥିଲା ପୋଲିସ । ବ୍ରହ୍ମପୁର ରେଳଷ୍ଟେସନ ରେ ପହଞ୍ଚିବା କ୍ଷଣି , ସଂପୃକ୍ତ ଯୁବକକୁ ଗିରଫ କରିବାରେ ସଫଳ ହୋଇଥିଲା ତାରାସିଂ ଥାନା ପୋଲିସ । ଗିରଫ ପରେ ଅଭିଯୁକ୍ତ ଜନର୍ଥ ସରକାର କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି , ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ।

Leave A Reply