Odisha news

ହକି ବିଶ୍ୱ କପ୍ ଟ୍ରଫିକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

0

ଭଞ୍ଜନଗର,୨୭/୧୨: ଏବେ ଓଡିଶାରେ ବିଶ୍ୱ କପ୍ ହକିକୁ ନେଇ ଫିବର ଆରମ୍ଭ ହୋଇଛି । ବିଶ୍ୱ କପ୍ ହକି ଟ୍ରଫିକୁ ସବୁଠି ଉତ୍ସାସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଛି । ବୁଧବାର ଏହି ଟ୍ରଫି ଭଞ୍ଜନଗର ସହରରେ ପ୍ରବେଶ କରିବ । ତେଣୁ ଭଞ୍ଜନଗରରେ ଏହାର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ମଙ୍ଗଳବାର ଏନଏସି କାର୍ଯ୍ୟାଳୟର କାଉନସିଲ ହଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଶଶୀଭୂଷଣ ମହାପାତ୍ର, ନଗରପାଳ ଗୋପବନ୍ଧୁ ମହାପାତ୍ର, ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ସିଡିପିଓ ଲକ୍ଷ୍ମୀପ୍ରିୟା ସେଠୀ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳଙ୍କ ସମେତ ସମସ୍ତ କାଉନସିଲର, ସହରର ବିଭିନ୍ନ ବର୍ଗର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ବୁଧବାର ପୂର୍ବାହ୍ନ ୧୧ଟାରେ ଏହି ବିଶ୍ୱ କପ୍ ହକିର ଟ୍ରଫି ନେଇ ଆସୁଥିବା ରଥକୁ ଦୁର୍ଗାପ୍ରସାଦ ଠାରୁ ସ୍ୱାଗତ କରାଯିବ । ସେଠାରୁ ଏହି ରଥ ଭଞ୍ଜନଗର ସହରରେ ପ୍ରବେଶ କରିବା ମାତ୍ରେ ଚକରା ବିଷୋୟୀ ବାଇପାସ ଛକରୁ ଏହାକୁ ସ୍ୱାଗତ କରାଯାଇ ସହର ପରିକ୍ରମା କରାଯିବ । ଏଥିରେ ସହରର ବହୁ ବୁଦ୍ଧିଜୀବି, ଖେଳାଳୀ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ବିଭିନ୍ନ ସାଂସ୍କୃତିକ ଦଳ, ଏସଏଚଜି ମହିଳା ଗୋଷ୍ଟୀ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ କପ୍କୁ ସ୍ୱାଗତ କରାଯିବ । ରାସ୍ତାର ଉଭୟ ପାଶ୍ୱର୍ରେ ଲୋକମାନେ ରୁଣ୍ଡ ହୋଇ ଏହି ଟ୍ରଫିକୁ ଦେଖିବାସହ ବିଶ୍ୱ କପ୍ ହକିକୁ ନେଇ ନିଜର ଅନୁଭୂତିକୁ ତେଜିଆନ୍ କରିବେ । ଏଥିପାଇଁ ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କୁ ଏନଏସି ପକ୍ଷରୁ ସଜା ଯାଇଛି । ବିଶ୍ୱ କପ୍ ହକିର ଟ୍ରଫିକୁ ଭବ୍ୟ ସାଗ୍ୱତ କରିବାକୁ ସହରର ବିଭିନ୍ନ ବର୍ଗର ଲୋକମାନେ ଆଗେଇ ଆସିବାକୁ ନଗରପାଳ ଗୋପବନ୍ଧୁ ମହାପାତ୍ର ନିବେଦନ କରିଛନ୍ତି ।

 

Leave A Reply