ଭଞ୍ଜନଗର : ଘୁମୁସର ଲେଖିକା ସଂସଦର ବୋଇତ ବନ୍ଦାଣ ଉତ୍ସବ ଭଞ୍ଜନଗର ଜଳଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଜାତିର ପୂର୍ବ ଗୈାରବ ଓ ପରମ୍ପରା କୁ ମନେ ପକାଇ ଲେଖିକା ସଂସଦର ସଦସ୍ୟା ମାନେ ପ୍ରାରମ୍ଭରେ ସ୍ଥାନୀୟ ବେଲେଶ୍ୱର ପୀଠରେ ଏକାଠୀ ହୋଇ ବୋଇତ ପ୍ରସ୍ତୁତ କରିଥିଲେ। ଏହି ବୋଇତରେ ପାନ,ଗୁଆ, ଫୁଲ, ଚନ୍ଦନ, ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଇ ଶେଷରେ ସଭିଏଁ ସମ୍ମିଳିତଭାବେ ଜଳଭଣ୍ଡାର ପରିସରରେ ‘ଆ କା ମା ବୈ … ଗାନ କରି ବୋଇତ ବନ୍ଦାଣ କରିଥିଲେ।
ପରେ ବେଲେଶ୍ୱର ପୀଠରେ ଦ୍ବିତୀୟ ପର୍ଯ୍ୟାୟ ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସାଧବ ପୁଅମାନଙ୍କୁ ମନେ ପକାଇ ଓଡ଼ିଆ ଜାତି ପ୍ରାଣରେ ବୋଇତ ବନ୍ଦାଣ ର ମହତ୍ଵ ସଂପର୍କରେ ଉଲ୍ଲେଖ କରି ସଭିଏଁ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ରେ ସଭାନେତ୍ରୀ ରୀତାରାଣୀ ମହାପାତ୍ର, ସଂପାଦିକା ଡଃ ନଳିନୀ ପ୍ରଭା ଦାଶ, ରୁନୁବାଳା ଦାଶ, ଗୀତାଞ୍ଜଳି ତ୍ରିପାଠୀ, ସୁଶ୍ରୀ ମୋନାଲିସା ମିଶ୍ର, ରଶ୍ମିତା ସାହୁ, ଶୁଭ ସ୍ମିତା ଦାଶ ଓ ମନୁଜା ରାଣୀ ଦାଶ ଆଦି ସ୍ବରଚିତ କବିତା ପାଠ କରିଥିଲେ। ସୁଶ୍ରୀ ଶ୍ରୀୟାଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।