Odisha news

ଶିଶୁ ମନ୍ଦିର ରେ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର

0
ଭଞ୍ଜନଗର,୬/୧୧:  ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼.କମ୍ବୁପାଣି ସାମନ୍ତ ସମ୍ମାନିତ ଅତିଥି ଭାବରେ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବରାମ ପଣ୍ଡା,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ନେତାଜୀ ବିଷୋୟୀ ,ଶିକ୍ଷକ ତ୍ରିନାଥ ବେହେରା,ପ୍ରଧାନ ଶିକ୍ଷକ  ସୁଦାମ ଦଲବରା ,ପରିଚାଳନା କମିଟିର ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ,ସଂପାଦକ ପଦ୍ମନାଭ ପ୍ରଧାନ  ପ୍ରମୁଖ ଉପସ୍ଥିତ ରହି ଆଲୋଚ୍ୟ ବିଷୟ “ଭାରତୀୟ ଜ୍ଞାନ ପରମ୍ପରା” ଶୀର୍ଷକ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜ ମତ ଉପସ୍ଥାପନା କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପତ୍ର ସ୍ୱାଗତ ଭାଷଣପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା ରେ ସହଯୋଗ କରିଥିଲେ ।

Leave A Reply