ଭଂଜନଗର – କୈାଣସି କାରଣକୁ କେନ୍ଦ୍ରକରି ପୂର୍ବ ଶତ୍ରୁତା ଲାଗି ରହିଥିଲା । ଆଗରୁ ଧମକ ଦେଉଥିଲେ , ଜୀବନର ମାରିଦେବାକୁ । ହଠାତ୍ ଅପରାହ୍ନରେ ହଠାତ୍ , ୨/୩ ଜଣ ଆସିଲେ । ମୋ ସ୍ବାମୀ ଙ୍କୁ ମାଡ଼ ମାରିଲେ । ଏପରିକି ବୁଟ୍ ରେ ଗୋଇଠା ପରେ ଗୋଇଠା ମାରିଲେ । ମୋ ସ୍ବାମୀ ତଳେ ପଡି ଗୁରୁତର ଆହତ ହେଲେ । ମେଡିକାଲ ରେ ଭର୍ତି କଲୁ । ଶେଷରେ ମୋ ସ୍ବାମୀ ଙ୍କର ମୃତ୍ୟୁ ହେଲା । ଏଥିପାଇଁ ମାଡ଼ ମାରିଥିବା ଅଭିଯୁକ୍ତ ମାନେ ହିଁ ଦାୟୀ । ଆକ୍ରମଣକାରୀ ଙ୍କ ଯୋଗୁଁ ହିଁ , ମୋ ସ୍ବାମୀ ଙ୍କର ମୃତ୍ୟୁ ହେଲା ବୋଲି କହି , ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସ୍ତ୍ରୀ । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ରାଣୀକିଆରି ଗାଁ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ , ସେହି ଗାଁ ର ସୁବାସ ଦାସ । ମଙ୍ଗଳବାର ଅପରାହ୍ନରେ , ସେହି ଗାଁ ର ଦିଲ୍ଲିପ ଗୈାଡ ଏବଂ ଦୁଇଜଣ ସହଯୋଗୀ ମୋଟରସାଇକେଲ ରେ ଆସି , ସୁବାସ ଙ୍କ ଘର ଆଗରେ , ସୁବାସ ଙ୍କୁ ମାଡ଼ ଓ ଗୋଇଠା ମାରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଗାଲେରୀ ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ସ୍ତ୍ରୀ ସୁଭଦ୍ରା ଦାସ , ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମୃତ ଦେହକୁ ପୋଲିସ ଜବତ କରିବା ସହ , ଏତାଲା ଆଧାରରେ ଥାନା କେଶ୍ ନମ୍ବର ୩୩୪/୨୨ ରେ ମାମଲା ରୁଜୁ କରି ପ୍ରଦୀପ ଗୈାଡ ଓ ତାର ଭାଇ ଦିଲ୍ଲୀପ ଗୈାଡ କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି ।
