Odisha news

ରୁଢାପଦର ଗାଁ ରେଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ।

0

ଭଞ୍ଜନଗର—ବର୍ଷାର ପ୍ରକୋପ କମିନଥିଲା , ହେଲେ ନିଆଁ ର ଜ୍ବାଳା ଦାଉ ସାଧିଲା । ଚାହୁଁ ଚାହୁଁ ଜଳିଗଲା , ୪ ଟି ପରିବାର ର ଚାରି ବଖରା । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ,  ରୁଢାପଦର ଗାଁ ପ୍ରଧାନସାହି ରେ ଘଟିଛି ଏଭଳି ଘଟଣା । ଏଥିରେ ଶମ୍ଭୁ ନାଇକ , ଅଶୋକ ନାଇକ , ଫକୀର ନାଇକ ଏବଂ ଭାଂଗି ନାଇକ ଙ୍କ ଗୋଟିଏ ଲେଖାଏଁ ବଖରା ପୋଡିଯାଇଛି । ସ୍ଥାନୀୟ ବିଡ଼ିଓ ଅନୁପ ପଣ୍ଡା ଓ ବ୍ଳକ ପ୍ରଶାସନ , ଅଗ୍ନିବିପନ୍ନ ପରିବାର ଙ୍କୁ ଚାଉଳ ଏବଂ ଜରିପାଲ ଯୋଗାଇ ଦେଇଛନ୍ତି ।  ସେହିଭଳି , ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପରିବାରଙ୍କୁ ନିଜସ୍ବ ଉଦ୍ୟମରେ କମ୍ବଳ , ଲୁଗା , ଚୁଡ଼ା , ଚାଉଳ ଓ ସୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି , କନ୍ଧମାଳ ସାଂସଦ ଙ୍କ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି – ବିପ୍ରଚରଣ ବାରିକ ଓ ସ୍ଥାନୀୟ ସମାଜସେବୀ ପ୍ରମୁଖ , କ୍ଷତିଗ୍ରସ୍ତ ପରିବାରର ଲୋକଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇ ଦେଇଥିଲେ । ରିଲିଫ ବଣ୍ଟନ ସମୟର , ଶିଶିର କାନ୍ତ ସାହୁ , ନିର୍ମଳ ଚନ୍ଦ୍ର ନାୟକ , ଅମିର ନାୟକ , ରଙ୍କନିଧି ପାତ୍ର , ଶ୍ରୀକାନ୍ତ ଦଳବେହେରା , ବୁଲୁ ପାତ୍ର , ରଞ୍ଜିତ କୁମାର ପ୍ରଧାନ , ବିନୋଦ କୁମାର ଦାନୀ , ସତ୍ୟବାନ ନାୟକ , ଅନିରୁଦ୍ଧ ନାୟକ , ଆକୁଳ ସେଠୀ , ସୈ।ମ୍ୟରଞ୍ଜନ ମିଶ୍ର ଏବଂ ଦିଲ୍ଲୀପ ଓଦଣ୍ଡ୍ରା ପ୍ରମୁଖ  କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ ରେ ସହଯୋଗ କରିବା ସହ , ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବାପାଇଁ କହିଥିଲେ ।

Leave A Reply