ଭଞ୍ଜନଗର : ସ୍ଥାନୀୟ ଉପକାରାଗାରରେ ଦ୍ୱାଧୀନତାର ଅମୃତ ମହୋତ୍ସବବ ପାଳିତ ହୋଇଯାଇଛି l ଏଥିନିମିତ୍ତ ଆୟୋଜିତ ସଭାରେ ସବ ଜେଲର ଦଣ୍ଡପାଣି ପାତ୍ର ସଭାପତିତ୍ୱ କରିଥିଲେ l ରାମକୃଷ୍ଣ ମିଶନ ତରଫୁରୁ ସ୍ୱାମୀ ବରାନନ୍ଦ ଓ ପଦ୍ମନାଭ ମହାରଣା ଗଞ୍ଜାମ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ତରଫୁରୁ ଶଶଧର ବେହେରା, ପ୍ରାକ୍ତନ ଅଧକ୍ଷ କୃତ୍ତିବାସ ବିଶ୍ୱାଳ, ଇଂ. ରଘୁନାଥ ପଣ୍ଡା ଓ ଗାୟତ୍ରୀ ପରିବାର ତରଫୁରୁ ଡକ୍ଟର ବୃନ୍ଦାବନ ମିଶ୍ର ପ୍ରମୁଖ ଅତିଥି ଭବେଯୋଗ ଦେଇଥଲେ l
ମଂଚାସୀନ ଅତିଥିମାନେ ସ୍ୱାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ସ୍ୱାଧୀନତା ସଂଗ୍ରାମରେ ବଳିଷ୍ଠ ଯୋଗଦାନ ସମ୍ବନ୍ଧରେ ଆଲୋକପାତ କରିଥଲେ l ଯୁବ ସମ୍ପ୍ରଦାୟ ଉଭୟ ଦେଶ ପ୍ରେମୀଙ୍କ ଆବେଗ ଭରା ଭାଷଣରେ କିପରି ଅନୁପ୍ରେରିତ ହେଉଥିଲେ ତାଉପରେ ଅତିଥିମାନେ ବିଷଦ ଆଲୋଚନା କରଥିଲେ l
ଭଞ୍ଜନଗର ସେଣ୍ଟ ଜାଭିଅର ସ୍କୁଲର ଛାତ୍ର ମନେ ପ୍ରାରମ୍ଭିକ ସଂଗୀତ ଗାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ l ବଟ କୃଷ୍ଣ ତ୍ରିପାଠୀ ଧନ୍ୟଵାଦଦେଇଥିଲା ବେଳେ କେ. ସୁଦର୍ଶନ ଅଚାରୀ ଓ ଜେଲର ଅନ୍ତେବାସୀ ମନେ କାର୍ଯ୍ୟକ୍ରମ ପରିଚାଜନାରେ ସହଯୋହଗ ପ୍ରଦାନ କରିଥିଲେ l ଶ୍ରୀଅରବିନ୍ଦ ଓ ସ୍ୱାମୀବିବେକାନନ୍ଦଙ୍କ ଲିଖିତ ପୁସ୍ତକ ଜେଲର ଅନ୍ତେବାସୀ ମାନଙ୍କୁ ବଣ୍ଟନ କରାଯାଇଥିଲା l