ଭଞ୍ଜନଗର – ଆହତ ହରିଣ କୁ ଉଧାର କଲା ବନବିଭାଗ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ , କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ଫରେଷ୍ଟ ସେକ୍ସନ ର ବୁଢାକେନ୍ଦୁ ଜଙ୍ଗଲରୁ ନିକଟସ୍ଥ ପଳାସପଲ୍ଲୀ ଗାଁ କୁ ପଶିଆସି ଥିଲା ହରିଣ ଟି । ବାଟବଣା ହୋଇ ଗାଁ ପାଖରେ ଆହତ ଅବସ୍ଥାରେ ବୁଲୁଥିବା ବେଳେ , ସ୍ଥାନୀୟ ଲୋକେ ବନବିଭାଗ କୁ ଖବର ଦେଇଥିଲେ । ଗାଙ୍ଗପୁର ଫରେଷ୍ଟର ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି , ଆହତ ହରିଣ କୁ ଉଧାର କରିଥିଲେ । ପ୍ରାଣିଧନ ଚିକିତ୍ସକ ଙ୍କ ଦ୍ବାରା ଆହତ ହରିଣ ର ଚିକିତ୍ସା ପରେ , ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଉଧାର ହରିଣ ଟି କୁଟୁରା ଜାତୀୟ ବନ୍ୟପ୍ରାଣୀ ବୋଲି କୁହାଯାଉଛି । ବନ୍ୟପ୍ରାଣୀ ଙ୍କ ସୁରକ୍ଷା ଦିଗରେ ସ୍ଥାନୀୟ ଲୋକେ ସଚେତନ ଥିବାବେଳେ , ଆହତ ହରିଣ କୁ ବିପଦ ମୁହଁକୁ ନଠେଲି , ତାହାର ସୁରକ୍ଷା ଦିଗରେ ଗୁରୁତ୍ବ ଦେଇଥିଲେ ସ୍ଥାନୀୟ ଲୋକେ । ଯାହାକି ଆହତ ହରିଣ ର ଚିକିତ୍ସା ପରେ , ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଥିଲା ବନବିଭାଗ । ବନ୍ୟପ୍ରାଣୀ ଙ୍କ ପ୍ରତି ସ୍ଥାନୀୟ ଜନସାଧାରଣ ଓ ବନବିଭାଗ ର ଏଭଳି ମନୋଭାବ ରହିଲେ , ବନ୍ୟଜନ୍ତୁ ସୁରକ୍ଷିତ ରହିପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି ।