Odisha news

ବନ୍ଧଗୋଛା ଜଙ୍ଗଲରେ ମୃତ ହାତୀର ବ୍ୟବଛେଦ : ଗୁଳି କରି , ଦାନ୍ତ ନେଇଛନ୍ତି ଦୁର୍ବୃତ୍ତ

0

ଭଞ୍ଜନଗର— ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ, ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବନ୍ଧଗୋଛା ଜଙ୍ଗଲରେ  ହାତୀ ମୃତ୍ୟୁ ଘଟଣାର , ଆଜି ବ୍ୟବଛେଦ ହୋଇଛି । ବ୍ୟବଛେଦ ସମୟରେ ଦେଖାଯାଇଛି , ହାତୀକୁ ଗୁଳିକରି ହତ୍ୟା କରାଯାଇଥିବା ସନ୍ଦେହ ସ୍ପଷ୍ଟ ହୋଇଛି । ହାତୀ ଦେହରେ ଦୁଇଟି ଗୁଳି ବାଜିଛି । ଏହା ସହ ହାତୀର ଦାନ୍ତ କାଟି ନିଆଯାଇଛି । ଏ କଥାକୁ ସ୍ପଷ୍ଟ କରିଛନ୍ତି ବ୍ୟବଛେଦ ସମୟରେ ଉପସ୍ଥିତ ଥିବା , ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ତଥା ବନ୍ୟପ୍ରାଣୀ ସ୍ବେଚ୍ଛାସେବୀ ଅନୁପମ ବାନାର୍ଜୀ । ସନ୍ଧ୍ୟା ସୁଦ୍ଧା , ପ୍ରଣୀଧନ ଚିକିତ୍ସକଙ୍କ ଦ୍ବାରା ବ୍ୟବଛେଦ କାର୍ଯ୍ୟ ଚାଲିଥିବାବେଳେ , ବ୍ୟବଛେଦ ରିପୋର୍ଟ ଏବଂ ତଦନ୍ତ ଆଧାରରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି , ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା । ତେବେ ବର୍ତମାନ ସମୟରେ ଦନ୍ତା ହାତୀକୁ ଗୁଳିମାଡ କରିବା ଏବଂ ହାତୀ ର ଦାନ୍ତ କାଟି ନେବା ଘଟଣା ଘଟିବା ପରେ , ବନ୍ୟପ୍ରାଣୀ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ମାନେ ।

Leave A Reply