ଭଞ୍ଜନଗର : ବେଲଗୁଣ୍ଠା ଥାନା ଅନ୍ତର୍ଗତ , ଚଢେୟାପଲ୍ଲୀ ଗାଁ ନିକଟ ପୋଖରୀରେ ବୁଡି ନାବାଳକ ର ମୃତ୍ୟୁ । ମୃତ ନାବାଳକ ଲିପୁନ୍ ସାମନ୍ତରା (୧୩) । ବେଲଗୁଣ୍ଠା ଥାନା ପୋଲିସ ଦେଇଥିବା ସୂଚନା ପ୍ରକାରେ , ଏହି ଗ୍ରାମର କୈଳାସ ସାମନ୍ତରା ଙ୍କ ପୁଅ ଲିପୁନ , ଗାଁ ନିକଟ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ । କୈ।ଣସି କାରଣରୁ ସେ ପୋଖରୀ ରେ ବୁଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ , ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବେଲଗୁଣ୍ଠା ଥାନା ର ତଦନ୍ତକାରୀ ଅଧିକାରୀ ଏଏସଆଇ – ଜେ. ପ୍ରଧାନ, ମୃତଦେହ କୁ ଜବତ କରି ୧୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ମୃତଦେହ କୁ ବ୍ୟବଛେଦ ପରେ , ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିବା ନେଇ , ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
