Odisha news

ବିଦ୍ୟୁତ ଆଘାତରେ ନାବାଳିକା ର ମୃତ୍ୟୁ

0

ଭଞ୍ଜନଗର – ବିଦ୍ୟୁତ ଆଘାତରେ ନାବାଳିକା ର ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ , ଢୁଢୁଆ ଗାଁରେ ଘଟିଛି ଏଭଳି ଘଟଣା ।  ବିଦ୍ୟୁତ ଖୁଣ୍ଟ ରୁ ଘରକୁ ଆସିଥିବା , ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ , ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ ନାବାଳିକା ଜଣକ ।  ପରିବାର ଲୋକେ ଅଚେତ ଅବସ୍ଥାରେ ଉଧାର କରି ଭଂଜନଗର ମେଡିକାଲ ରେ ଭର୍ତି କରିଥିବା ବେଳେ , ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାବାଳିକା ଜଣକ ରାଣୀ ନାଇକ(୧୩) ।  ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଗ୍ରାମ ନିକଟରେ ଥିବା ତାମିରି ଗାଁ ର ବାବି ନାଇକଙ୍କ ଝିଅ ରାଣୀ । ନିଜ ଗାଁ ତାମିରି ରୁ ପରିବାର ଲୋକଙ୍କ ସହ ମିଶି , ଭଂଜନଗର ଥାନା ଅନ୍ତର୍ଗତ ଢୁଢୁଆ ଗାଁ ରେ ରହୁଥିବା ଅଜା  ଙ୍କ ଘରକୁ ଭୋଜିକୁ ଆସିଥିଲେ । ମଙ୍ଖଳବାର ସକାଳ ୭ ଟା ସମୟରେ ଛାତ ଉପରକୁ ଯିବାବେଳେ ହଠାତ୍ ରାଣୀ ଛାତରେ ଲାଗିଥିବା ଲୁହାକୁ ଧରିବାରୁ ବିଦ୍ୟୁତ୍ ସଂଷ୍ପର୍ସରେ ଆସି ଏହି ଦୁଘର୍ଟଣା ଘଟିଥିଲା । ଏହି ଘଟଣାକୁନେଇ ଭଞ୍ଜନଗର ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଜି ରଣୀର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଏହାକୁ ନେଇ ଭଞ୍ଜନଗର ଥାନାରେ ଏକ ମାମଲା ହେଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ କହିଛନ୍ତି ।

Leave A Reply