Odisha news

ଶୁଭଶ୍ରୀ ଦାସ ଭଞ୍ଜନଗର ଏନଏସି ଉପାଧ୍ୟକ୍ଷା ନିର୍ବାଚିତ

0

ଭଞ୍ଜନଗର,୭/୪(ଆପ୍ର)ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦର ଉପାଧ୍ୟକ୍ଷାଭାବେ ବିଜେଡିରୁ ଶୁଭଶ୍ରୀ ଦାସ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସେ ଏକମାତ୍ର ପ୍ରାର୍ଥିନୀଭାବେ ୨ କିତା ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଉ ଯାଞ୍ଚ ଶେଷରେ ଶୁଭଶ୍ରୀ ଦାସ ନିର୍ବିରୋଧ ନିର୍ବାଚିତ ହୋଇଥିବା ନେଇ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଆଲୋକ କୁମାର ପ୍ରଧାନ ଘୋଷଣା କରିଥିଲେ । ସୂଚନାଯୋଗ୍ୟଯେ ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦର ୮ ନମ୍ବର ୱାର୍ଡରୁ ଶୁଭଶ୍ରୀ ଦାଶ କାଉନସିଲରଭାବେ ମଧ୍ୟ ପୂର୍ବରୁ ନିର୍ବିରୋଧ ନିର୍ବାଚିତ ହୋଇଥିଲେ । ସେ ପ୍ରଥମଥର ପାଇଁ ବିଜେଡି ଟିକେଟରୁ ନିର୍ବାଚିତ ହୋଇ ମର୍ଯ୍ୟଦାଜନକ ଉପାଧ୍ୟକ୍ଷା ପଦ ଅଳଙ୍କୃତ କରିଛନ୍ତି । ଉପାଧ୍ୟକ୍ଷା ନିର୍ବାଚିତ ହେବା ପରେ ସେ ନିଜର ପ୍ରତିକି୍ରୟାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ, ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ କୃତଜ୍ଞତା ଜଣାଇବାସହ ତାଙ୍କୁ ଏଭଳି ମର୍ଯ୍ୟଦାଜନକ ଆସନ ପ୍ରଦାନ କରିଥିବାରୁ ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ସମସ୍ତ ନବ ନିର୍ବାଚିତ କାଉନସିଲରଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେ ସେ ଉପାଧ୍ୟକ୍ଷା ଆସନ ଅଳଙ୍କୃତ କରିଥିଲେ । ଏହାପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ନଗରପାଳ ଗୋପବନ୍ଧୁ ମହାପାତ୍ର ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ପରେ ପରେ ପୂର୍ବତନ ନଗରପାଳ ସୁଧୀର ରଂଜନ ବେହେରା, ପୂର୍ବତନ ଉପନଗରପାଳ ରାଜେନ୍ଦ୍ର କୁମାର ବିଶୋୟୀ, ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସାଂସଦ ପ୍ରତିନିଧି ଦିବାକର ନାୟକ, ସମାଜସେବୀ ଶୁଳପାଣି ଶତପଥୀ, ପଞ୍ଚାନନ ପାଳ, ଜଗଦ୍ଦୀଶ ପାଣିଗ୍ରାହୀ, କାଉନସିଲର ଶାନ୍ତିଲତା ଜେନା, ପ୍ରଭାସିନୀ ପାଣିଗ୍ରାହୀ, ସଚିତ୍ ରାଓ, ପ୍ରଶାନ୍ତ କୁମାର ରାଓ, ଉତ୍ତମ ଦଳବେହେରା, ରବି ବେହେରା, ଅନୀତା ସେଠୀ, ସଂଯୁକ୍ତା କୁମାରୀ ବେହେରାଙ୍କ ସମେତ ସମସ୍ତ କାଉନସିଲର ଓ ନଗର ମହିଳା ବିଜେଡି ସଭାନେତ୍ରୀ ସୁଜ୍ଞାନୀ ଗୌଡ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ କାର୍ଯ୍ୟରତ ସମସ୍ତ କର୍ମଚାରୀ ଜଣକ ପରେ ଜଣେ ଆସି ଉପନଗରପାଳ ଶ୍ରୀମତି ଦାସଙ୍କୁ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବରୁ ଗୁରୁବାର ସକାଳୁ ସ୍ଥାନୀୟ ଡାକବଙ୍ଗଳା ପରିସରରେ କାଉନସିଲରମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉପସ୍ଥିତିରେ ହୋଇଥିଲା । ଏଥିରେ ଶୁଭଶ୍ରୀ ଦାସଙ୍କ ନାମରେ ମୋହର ଲାଗିଥିଲା ।

Leave A Reply