Odisha news

ଏହି ୫ଟି ଜିନିଷକୁ କେବେବି ଖୋଲା ଛାଡିବା ଉଚିତ ନୁହେଁ ଭାଗ୍ୟ ଉପରେ ପଡିଥାଏ ଖରାପ ପ୍ରଭାବ

ଆମ ସମସ୍ତ ଲୋକଙ୍କର କିଛିନା କିଛି ଏପରି ଅଭ୍ୟାସ ରହିଥାଏ ଯାହା ଆମ ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିବା ସହ ଆମ ସଫଳତା ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ l ସେହି ଅଭ୍ୟାସ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କିଛିଟା ଜିନିଷକୁ ଖୋଲା ଛାଡ଼ିଦେବା l  ଆମ ସମସ୍ତଙ୍କର ପ୍ରାୟ ଖରାପ ଅଭ୍ୟାସ ରହିଥାଏ ଆମେ କିଛିଟା ଜିନିଷକୁ ବନ୍ଦ କରିବାକୁ ଭୁଲି ଯାଇଥାଉ l ଏହି ଅଭ୍ୟାସ ଆମ ସମୃଦ୍ଧି ଉପରେ ବାଧକ ସାଜିବା ସହିତ ଆମ ଜୀବନ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ l

ଆଜି ଆମେ ଆପଣଙ୍କୁ ଏପରି ୫ଟି ଜିନିଷ ବିଷୟରେ କହୁଚୁ ଯାହାକୁ ଖୋଲା ଛାଡିବା କେବେବି ଉଚିତ ନୁହେଁ –

* କିଛି ଲୋକଙ୍କର ଅଭ୍ୟାସ ରହିଥାଏ ଯେ ଯଦି କୌଣସି ବହି ପଢୁଛନ୍ତି ତାହାକୁ ଖୋଲା ଛାଡି ଦେଇ ଥାଆନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୁସ୍ତକର ସମ୍ପର୍କ ବୁଧ ଗ୍ରହ ସହିତ ରହିଛି l ଆମେ ଯଦି ବହିକୁ ଖୋଲା ଛାଡି ଦେଇଥାଉ ତେବେ ଆମ ରାଶି ଉପରେ ଖରାପ ଦୃଷ୍ଟି ବୁଧଙ୍କର ରହିଥାଏ ଓ ସ୍ମୃତି ଶକ୍ତି ଦୁର୍ବଳ ହେବାକୁ ଲାଗିଥାଏ l ଛୋଟ ପିଲାଙ୍କ ନିକଟରେ ଏହି ଅଭ୍ୟାସ ଦେଖିବାକୁ ମିଳିଥାଏ ,ତେଣୁ ତାଙ୍କୁ ସେଥି ପ୍ରତି ସଚେତନ କରିବା ଉଚିତ l

* କିଛି ଲୋକଙ୍କର ଅଭ୍ୟାସ ରହିଥାଏ ଆଲମାରୀ ଓ ଟ୍ରେଜେରି ଖୋଲା ଛାଡି ଦେଇଥାଆନ୍ତି l ଯଦି ଆପଣଙ୍କ ନିକଟରେ ଏହିସବୁ ଅଭ୍ୟାସ ରହିଛି ତେବେ ସାବଧାନ ହୋଇ ଯାଆନ୍ତୁ , କାରଣ ଏହାଦ୍ୱାରା ଲକ୍ଷ୍ମୀ ଆପଣଙ୍କ ନିକଟରୁ ଦୁରେଇ ଯାଇ ଥାଆନ୍ତି l ଦରିଦ୍ରତା ମଧ୍ୟ ଗ୍ରାସ କରିଥାଏ l

* ଶାସ୍ତ୍ର ଅନୁସାରେ ଭୋଜନର ସମ୍ବନ୍ଧ ଅନପୂର୍ଣ୍ଣାଙ୍କ ସହିତ ରହିଛି ଓ ଯଦି ଆପଣ ରୋଷେଇ ସାରିବା ପରେ ତାହାକୁ ଖୋଲା ଛାଡ଼ୁଛନ୍ତି ତେବେ ଏହା ମାତା ଲକ୍ଷ୍ମୀଙ୍କ ଅପମାନ ଅଟେ l ତେଣୁ ଖାଦ୍ୟକୁ ସବୁବେଳେ ଘୋଡେଇ ରଖିବା ଆବଶ୍ୟକ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମାଙ୍କ ସମ୍ପର୍କ ଦୁଗ୍ଧ ଓ ଦହି ସହିତ ରହିଛି ଓ ଶୁକ୍ର ଗ୍ରହ ସହିତ ରହିଛି l ଯେଉଁ ଘରେ ଦୁଗ୍ଧ ଓ ଦହି ଘୋଡା ଯାଇ ରଖାଯାଇ ଥାଏ ସେହି ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ l ଯଦି ଦୁଗ୍ଧ ଓ ଦହି ଖୋଲା ରଖ ଯାଇଥାଏ ତେବେ ଚନ୍ଦ୍ରମାଙ୍କ ପ୍ରଭାବ ଦେଖା ଯାଇଥାଏ l

* ଜ୍ୟୋତିଷ ଶାସ୍ତ୍ରରେ ଲୁଣର ସମ୍ବନ୍ଧ ଚନ୍ଦ୍ରମା ସହିତ ରହିଛି l ଲୁଣର ସମ୍ବନ୍ଧ ପୌରାଣିକ ମହତ୍ୱ ମଧ୍ୟ ରହିଛି l ତେଣୁ ଲୁଣକୁ ଖୋଲାରେ ଛାଡିବା ଦ୍ୱାରା ପାପ ହୋଇଥାଏ ଓ ଚନ୍ଦ୍ର ଦୋଷ ଲାଗିଥାଏ l  ତେଣୁ ଲୁଣ ଡବା କୁ ସବୁବେଳେ ବନ୍ଦ କରି ରଖିବା ଉଚିତ l

Comments are closed.