Odisha news

ଭଦ୍ରକରେ “ସର୍ଟଡାଉନ’ ବଳବତ୍ତର, ସବୁଆଡେ ଶୁନଶାନ ସ୍କାନର ରେ ବେଙ୍ଗଲ ଫେରନ୍ତା

0

ଭଦ୍ରକ :ଗତକାଲି ରାତି ୧୦ଟା ଠାରୁ ଆସନ୍ତା ୬୦ଘଣ୍ଟା ଅର୍ଥାତ ରବିବାର ପୂର୍ବାହ୍ନ ୧୦ଟା ଯାଏଁ ଭଦ୍ରକ ଜିଲ୍ଲାରେ “ସର୍ଟଡାଉନ’ ବଳବତ୍ତର ରହିଛି । ଜିଲ୍ଲାର ସବୁ ପ୍ରବେଶପଥ ଗୁଡିକୁ ପୋଲିସ ପକ୍ଷରୁ ସିଲ୍‍ କରାଯାଇଥିବା ବେଳେ ବିଶେଷ କରି ୧୬ନମ୍ବର ଜାତୀୟ ରାଜପଥର ଭଣ୍ଡାପରିପୋଖରୀ ଥାନା ଅନ୍ତର୍ଗତ ଛତାବର ଓ ସିମୁଳିଆ ନିକଟ ରାଣୀତାଲ ଛକରେ ପୋଲିସ ତୀå ପ୍ରହରା ଦେଇଛି । ତେବେ ଜିଲ୍ଲାରେ ଆଜି ବାସୁଦେବପୁର ବ୍ଲକରୁ ଜଣେ, ଧାମନଗର ବ୍ଲକରୁ ୨ଜଣ ଓ ତିହିଡି ବ୍ଲକରୁ ୨ଜଣ କୋଲକତା ଫେରନ୍ତା କରୋନା ଆକ୍ରାନ୍ତ ବୋଲି ପରୀକ୍ଷଣରୁ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଓ ପୋଲିିସଳ ଚିନ୍ତାକୁ ଏହା ଦ୍ୱିଗୁଣିତ କରିଛି । ଜିଲ୍ଲାର ସମସ୍ତ ଅଞ୍ଚଳରେ ଯାଞ୍ଚକୁ କଡାକଡିୀ କରାଯାଇଛି । ଭଦ୍ରକ ସହରାଞ୍ଚଳରେ କେବଳ ଅନୁମତିପ୍ରାପ୍ତ ୧୦ଟି ମେଡିସିନ ଷ୍ଟୋରକୁ ଛାଡିଦେଲେ ଅନ୍ୟ କୌଣସି ଦୋକାନ ଖୋଲାନାହିଁ । ଅନ୍ୟପକ୍ଷେ ଜିଲ୍ଲାରେ ପୋଲିସ ପେଟ୍ରୋଲିଂକୁ କଡାକଡି କରାଯାଇଛି । ଆଜି ଜିଲ୍ଲାର ନୋଡାଲ ଅଫିସର ଭାବେ ନିଯୁକ୍ତ ବରିଷ୍ଠ ପ୍ରଶାସକ ସଚିବ ସୁଶୀଲ ଲୋହାନୀ ଓ ଏଡିଜି ସୌମେନ୍ଦ୍ର ପିୟଦର୍ଶୀ ଭଦ୍ରକରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିବା ସହ କୋଲକତା ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିିହ୍ନଟ କରିବା, କଣ୍ଟେନମେଣ୍ଟ ଜୋନ ଗୁଡିକରେ ପୁଲିସ ପାଟ୍ରୋଲିଂକୁ ଅଧିକ କଡାକଡି କରିବା, ଗ୍ରାମାଞ୍ଚଳରେ ସାନିଟାଇଜିଂକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ଶ୍ରୀଯୁକ୍ତ ଲୋହାନୀ ବାସୁଦେବପୁର ବ୍ଲକର ପଦ୍ମପୁର କଣ୍ଟେନମେଣ୍ଟ ଜୋନ ଓ ଭଣ୍ଡାରିପୋଖରୀ ବ୍ଲକର ରହଣିଆ କଣ୍ଟେନମେଣ୍ଟ ଜୋନ ପରିଦର୍ଶନରେ ଯାଇଥିଲେ । ସେଠାରେ ସରପଞ୍ଚ, ସୁପରଭାଇଜିଂ ଅଫିସର, ନୋଡାଲ ଅଫିସରମାନଙ୍କ ସହ ସ୍ଥାନୀୟ ଅଞ୍ଚଳର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । କଣ୍ଟେନମେଣ୍ଟ ଜୋନ ଗୁଡିକରେ ଆଇନକୁ କଡାକଡି ପାଳନ କରିବାକୁ ଲୋହାନୀ ପରାମର୍ଶ ଦେଇଥିଲେ । ଲୋହାନୀ ଏହି ଅବସରରେ ଭଦ୍ରକରେ ସ୍ଥାପିତ କୋବିଡ଼ ୧୯ ହସ୍‍ପିଟାଲ ସାଳନ୍ଦୀ ହସପିଟାଲକୁ ବୁଲି ଦେଖିଥିଲେ । ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ । ତାଙ୍କ ସହିତ ସମୀକ୍ଷା ବୈଠକରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଏସପି ରାଜେଶ ପଣ୍ଡିତ, ସିଡିଏମଓ ଡାକ୍ତର ଆର୍ଯ୍ୟନାରାୟଣ ମିଶ୍ର, ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ ମହାପାତ୍ର, ପିଡି ମଧୁସୂଦନ ଦାସ, ଉପଜିଲା୍ଲପାଳ ପୀତାମ୍ବର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସିଡିଏମଓ ଡାକ୍ତର ମିଶ୍ର ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଓ ଅଧିକ ସଂଖ୍ୟାରେ ପାରାମେଡିକାଲ ଓ୍ୱାର୍କରଙ୍କ ଆବଶ୍ୟକତା ସମ୍ପର୍କରେ ଲୋହାନୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି ଦିନତମାମ ବର୍ଷା ଲାଗି ରହିଥିବାରୁ ସବୁଆଡେ ଶୁନଶାନ ଓ ଖାଁ ଖାଁ ପରିସ୍ଥିତି ଦେଖାଦେଇଛି ।

Leave A Reply