ରାୟଗଡା,୨୪ ।୪(ସ.ବୁ୍ୟ)- କରୋନା ଭୋଳି ବିପତି ବେଳେ କେହି ଭୋକରେ ରହିବେ ନାହିଁ । ଏହି ମହତ ଉଦେ୍ର୍ଧଶ୍ୟ ନେଇ ଅଗ୍ରୀମ ୩ମାସର ଚାଉଳ ଦେବାକୁ ସରକାରଙ୍କ ନିସ୍ପତିକୁ ସ୍ୱାଗତ କରୁଥିବା ବେଳେ ଦିଆଯାଉଥିବା ଚାଉଳରୁ ମଧ୍ୟ ହରିଲୁଟ କରିବାକୁ ସରକାରୀ କର୍ମଚାରୀ ମାନେ ପଛାଇ ନାହାନ୍ତି । ଆଦିବାସୀ ଅଧୁ୍ୟଷିତ ଇଲାକାର ଅପାଠୁଆ ହିତାଧୀକାରୀଙ୍କ ମୁହରେ ମିଥ୍ୟା କଥାକହି ଚାଉଳ ବାଟମାରଣା କରୁଥିବା ବେଳେ ଧରାପଡ଼ିଛନ୍ତ ସରକାରୀ କର୍ମଚାରୀ । କୋଲନରା ବ୍ଲକ ଅନ୍ତର୍ଗତ ଦୁନ୍ଦୁଲି ପଂଚାୟତରେ କରୋନା ମହାମାରୀ ଯୋଗୁଁ ସରକାର ହିତାଧିକାରୀଙ୍କୁ ୩ ମାସର ଅଗ୍ରିମ ଚାଉଳ ଦେଉଥିବା ବେଳେ କିଛି ସରକାରି କର୍ମଚାରୀ ଏହାର ଫାଇବା ଉଠାଉଛନ୍ତି । ଘଟଣାକ୍ରମେ ଗତକାଲି ରାତି ୧୧ଟା ସମୟରେ ଖାଲିବସ୍ତା ଓହ୍ଲାଇ ପିଡିଏସ ଚାଉଳ ନେବାକୁ ଉଦ୍ୟମ କରୁଥିବା ଦୁନ୍ଦୁଲି ଗ୍ରାମବାସୀ ମାନେ ପଂଚାୟତ ନର୍ବାହୀ ଅଧିକାରୀଙ୍କୁ ଘଟଣା ସ୍ଥଳରେ ଅଟକ ରଖିଥିଲେ । ପିଇଓ ପିତେସୁ ଗ୍ରାମରୁ ଚାଉଳ ବଂଟନ ରାତି ୮ଟାରେ ସାରିଥିଲେ । ଖାଲି ବସ୍ତା ଗୁଡିକ ପଂଚାୟତକୁ ଆଣି ରଖିବାରେ ବିଳମ୍ବ ହେଲା ବୋଲି କହିଛନ୍ତି ପିଇଓ ଏମ.କେ.ସାହୁ । ଆଜି ସକାଳୁ ସକାଳୁ ଗ୍ରାମବାସୀ ମାନେ ପଂଚାୟତ ଅଫିସ ସମ୍ମୁଖରେ ଏକତ୍ରିତ ହୋଇ ହୋ ହାଲ୍ଲା କରିଥିଲେ । ଘଟଣା ସଂପର୍କରେ ଚାନ୍ଦିଲି ପୋଲିସକୁ ଖବର ଯାଇଥିଲା । ଚାନ୍ଦିଲି ଥାନାରୁ ଗିରିଶ ମହାରଣା ଓ ଭାସ୍କର ମାଣିଆଙ୍କ ନେତୃତ୍ୱରେ ପୋଲିସ ଟିମ ପହଂଚିଥିଲେ । ପରେ କଲୋନରା ଏବିଡିଓ ଶିବ ଗୋପାଳ ରାଓ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଶ୍ରୀ ରାଓ ସ୍ଥିତି ଅନୁଧ୍ୟାନ ବେଳେ ପଂଚାୟତର ପିଅନ ରମେଶ ଜେନାଙ୍କ କ୍ୱାଟର ଦେଇ ଗୋଦାମ ଗୃହକୁ ଏକ ନୂତନ ବାଟ ଖୋଲାଯାଇ ଗରୀବ ମାନଙ୍କ ନିମନ୍ତେ ଆସୁଥିବା ଚାଉକକୁ ବାଟମାରଣ କରାଯାଉଥିଲା । ତଦନ୍ତ କରାଯାଉଥିବା ସମୟରେ ପିଅନ ଘରୁ ୧୧ବସ୍ତା ଏବଂ ଖଳାରୁ ୯ ବସ୍ତା ସହ ସହ ମୋଟ ୨୦ ବସ୍ତା ଚାଉଳ ଜବତ ହୋଇଥିଲା । ଏଥି ସହ ୪୮ ବସ୍ତା ଖାଲି ବସ୍ତା ମଧ୍ୟ ଘଟଣା ସ୍ଥଳରୁ ଜବତ କରାଯାଇଥିଲା । କୋଲନର ତହସିଲଦାର ମନୋସି ନାୟକ ଘଟଣା ସ୍ଥଳରେ ପହଂଚି ଜବତ ହୋଇଥିବା ଚାଉଳ ସିଆରସି ଦେବେନ୍ଦ୍ର ଦୋରାଙ୍କୁ ହସ୍ତାନ୍ତର କରିଥିଲେ । ଘଟଣାର ତଦନ୍ତ ଚାଲିଥିବା ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ।