Odisha news

ଭଦ୍ରକ ସ୍ଥିତି ବିଗୁଡିଛି : ସର୍ବାଧିକ ୬୦କରୋନା ଆକ୍ରାନ୍ତ ଚିିହ୍ନଟ, ମୋଟ ସଂଖ୍ୟା ୪୮୪ରେ ପହଞ୍ଚିଲା

0

ଭଦ୍ରକ :ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ବିଗିଡିବାରେ ଲାଗିଛି । ଜିଲ୍ଲାରେ ଆଜି ସର୍ବାଧିକ ୬୦ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟì ବି ଘଟିଛି । ବିଶେଷ କରି ସହରାଞ୍ଚଳ ଓ ସହର ଉପକ= ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକ୍‍ଡାଉନ, ସର୍ଟଡାଉନ, ସ୍ୱାବ ଟେଷ୍ଟ, ଘର ଘର ବୁଲି ସର୍ଭିଲେନ୍ସ ଓ ସେ‘ତନତା କାର୍ଯ୍ୟ ଜାରି ରହିଛି । ଜିଲ୍ଲାପାଳ ବୁଲିବୁଲି କୋଭିଡ୍‍ ପରି ଚାଳନାର ତଦାରଖ କରୁଛନ୍ତି । ସହରରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ, ପୌରପାଳିକା, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ ଗୁଡିକ କରୋନା ସଂକ୍ରମିତ ହେଲେଣି । ଆଜି ଏଠାକାର ୩ଟି ବ୍ୟାଙ୍କ-ଆଇସିଆସିଆଇ, ଏଚଡିଏଫ୍‍ସି ଓ ବ୍ୟାଙ୍କ ଅଫ୍‍ ବରୋଦାକୁ ସିଲ୍‍ କରାଯାଇ ସାନିଟାଇଜିଂ କାର୍ଯ୍ୟ ଜାରି ରହିଛି । ଆଜି ଜିଲ୍ଳାପାଳଙ୍କ ସରକାରୀ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରାଯାଇଛି । ଅନ୍ୟପକ୍ଷରେ ପ୍ରଶାସନର କଟକଣାକୁ ଅମାନିଆ ମାନୁନାହାନ୍ତି । ଫଳରେ ସାଧାରଣ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସହରାଞ୍ଚଳକୁ ଆଉକିଛି ଦି ସର୍ଟଡାଉନ କରିବାକୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ ମହଲରେ ପ୍ରକାଶ ପାଇଛି ।

ଆଜି ଜିଲ୍ଲାରୁ ନୂଆ ଚିହ୍ନଟ ହେଲେ ୬୦ କରୋନା ଆକ୍ରାନ୍ତ । ୧୯ କ୍ୱାରେଣ୍ଟାଇନରୁ ବାହାରିଥିବା ବେଳେ ଲୋକାଲ କଣ୍ଟାକଫରେ ବାହାରିଛନ୍ତି ୪୧ ଆକ୍ରାନ୍ତ । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୪୮୪ରେ । ମୋଟ ୧୫ ହଜାର ୩୩୪ ନମୁନା ପରୀକ୍ଷା ପରେ ମୋଟ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୪୩ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାର ଆକଫିଭ କେଶ ରହିଛି ୧୪୦ । କ୍ୱାରେଣ୍ଟାଇନ ସେଣ୍ଟରରୁ ନୂତନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ବ୍ଲକର ଅେ„ଇପଲ୍ଲୀ ସ୍କୁଲ ଟିଏମ୍‍ସିରୁ ୩ଜଣ, ବରପଦା କେକେଆର୍‍ କଲେଜ ଟିଏମ୍‍ସିରୁ ୩ଜଣ, ଓଲଙ୍ଗ କୋବିଡ କେୟାର ସେଣ୍ଟରରୁ ୨ଜଣ, ଧାମନଗର ବ୍ଲକ ଫତେପୁର ସ୍ଥିତ ନୟନମଣି ହାଇସ୍କୁଲ ଟିଏମ୍‍ସିରୁ ଜଣେ, କଲ୍ୟାଣୀ ହାଇସ୍କୁଲ ଟିଏମ୍‍ସିରୁ ଜଣେ, ବାସୁଦେବପୁର ଜୁଲ୍ଲା ହାଇସ୍କୁଲ ଟିଏମ୍‍ସିରୁ ୪ଜଣ, ଭଣ୍ଡାରିପୋଖରୀ ମଢିଆଳୀ ହାଇସ୍କୁଲ ଟିଏମ୍‍ସିରୁ ଜଣେ, ଭଦ୍ରକ ପୌରପାଳିକା ୨୧ ନଂ ଓ୍ୱାର୍ଡ ଛଡାକମହଲାରୁ ଜଣେ, ଭଣ୍ଡାରିପୋଖରୀ ଭଗିବିନ୍ଦା ସ୍କୁଲ ଟିଏମ୍‍ସିରୁ ୨ଜଣ, ଧାମନଗର ବୟାଙ୍ଗଡିହି ଟିଏମ୍‍ସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଭାବେ ଲୋକାଲ କଣ୍ଟାକଫ ଭାବେ ଭଦ୍ରକ ପୌରପାଳିକାର ୧୪ନଂ ଓ୍ୱାର୍ଡ ନଙ୍ଗାମହଲା ଗ୍ରାମରୁ ୬ଜଣ, ୧୩ ନଂ ଓ୍ୱାର୍ଡ ଅପର୍ତ୍ତିବିନ୍ଦାରୁ ୨ଜଣ, ୧୫ ନଂ ଓ୍ୱାର୍ଡ କଦମବେଢା ପୁଲିସ କଲୋନୀରୁ ୨ଜଣ, ୭ ନଂ ଓ୍ୱାର୍ଡ ଗବସାହି ଗାଁରୁ ଜଣେ, ୧୭ ନଂ ଓ୍ୱାର୍ଡ କୁଆଁଶ ଗାଁରୁ ଜଣେ, ୯ ନଂ ଓ୍ୱାର୍ଡ ଚାରିଘରିଆରୁ ଜଣେ ଆକ୍ରାନ୍ତ ହ୍ନଟ ହୋଇଥିବା ବେଳେ ଭଦ୍ରକ ବ୍ଲକ ହରିପୁର ପଞ୍ଚାୟତ ଲାଙ୍ଗୁଡି ଗ୍ରାମରୁ ଜଣେ, ଏରେଇଁ ପଞ୍ଚାୟତ ଚରମ୍ପା କେନାଲରୋଡରୁ ଜଣେ, ବାଣିତିଆରୁ ୨ଜଣ, ପଣ୍ଡାଗଡିଆ ଗାଁରୁ ୨ଣ ଚିହ୍ନଟ ହୋଇଛନ୍ତି । ସେହିପରି ଲୋକାଲ କଣ୍ଟାକଫ ଭାବେ ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଆଦମପୁର ଗାଁରୁ ଜଣେ, ବନ୍ଦାଳୋ ପଞ୍ଚାୟତ ମଢିଆଳୀ ଗାଁରୁ ୪ଜଣ, ବାରିକପୁର ବିଷ୍ଣୁପୁରରୁ ୩ଜଣ, ନଗୁଆଁ ପଞ୍ଚାୟତ ପାହିମହୁରା ଗାଁରୁ ଜଣେ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଲକ ବାଂଶଡା ପଞ୍ଚାୟତ ସରଡିହା ଗାଁରୁ ଜଣେ, ଧାମନଗର ଏନ୍‍ଏସିରୁ ୩ଜଣ, ବନ୍ତ ବ୍ଲକ ତୋଡଗାଁ ପଞ୍ଚାୟତ ବରଡେଶ୍ୱର ଗାଁରୁ ଜଣେ, ରାମଚନ୍ଦ୍ରପୁର ପଞ୍ଚାୟତ ସାହାରଗଡିଆ ଗାଁରୁ ଜଣେ, ଧାମନଗର ବ୍ଲକ ଧାମନଗର ପୁଲିସ କଲୋନୀରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଅଶ୍ୱିନୀ ହସ୍ପିିଟାଲରେ ଚିକତ୍ସାଧିନ ଥିବା ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।

ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ମଧ୍ୟ ହୋଇଯାଇଛି । ଏହାଙ୍କୁ ମିଶାଇ ଜିଲ୍ଲାର ମୋଟ ମୃତକଙ୍କ ସଂଖ୍ୟା ୨ ହୋଇଛି । ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଯିଏକି ଡାଇବେଟିସ୍‍ ଓ ହାଇପାରଟେନ୍‍ସନରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ଚିିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବ୍ୟାଙ୍କ କର୍ମଚାରୀ ରହିଥିବାରୁ ଆଜି ସହରର ୩ଟି ବ୍ୟାଙ୍କକୁ ସିଲ କରାଯାଇଛି । ଅନ୍ୟପକ୍ଷରେ ଜିଲ୍ଲାପାଳ ଜ୍ଞାନ ଦାସ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିବା ସହ ଏହି ସବୁ ଅଞ୍ଚଳରେ ଟ୍ରେସିଂ, ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ସ୍ୱାସ୍ଥ୍ୟଗତ ବିବରଣୀ ସଂଗ୍ରହ କରାଯାଉଛି । ସେହିଭଳି ଜିଲ୍ଲାର କରୋନା ଯୋଦ୍ଧାମାନେ ଅକ୍ଳାନ୍ତ ପରିଶ୍ରମ କରି କରୋନାକୁ ମୁକାବିଲା କରୁଥିବା ବେଳେ ଜିଲ୍ଳାର ୮ଜଣ କୋବିଡ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଆଶାକର୍ମୀ, ୬ ପୁଲିସ କର୍ମଚାରୀ, ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଳାପାଳ ଡ. ଦାସ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Nalco

Leave A Reply