Odisha news

ଭଦ୍ରକ ଜିଲ୍ଳାରେ “କରୋନା’ ଆକ୍ରାନ୍ତ ସଂଖ୍ୟା ୩ଶହ ଟପିଲା

0

ଭଦ୍ରକ : ଆଜି ସାରା ଜିଲ୍ଲାରେ ଏବେ କରୋନାର ଆତଙ୍କ । ଏହି ଜିଲ୍ଲାର ଦ୍ୱିତୀୟ ମୃତୁ୍ୟ ଘଟଣା ଯେଉଁ କାରଣରୁ ହେଉଥାଉ ନା କାହିଁକି ସେ କରୋନା ଆକ୍ରନ୍ତ ହୋଇଥିବାରୁ ଏ ନେଇ ଆତଙ୍କ ପ୍ରକାଶ ପାଇବା ସ୍ୱାଭାବିକ । ଜିଲ୍ଲାର ଗ୍ରାମା‘ଂଳ ଠାରୁ ଆରମ୍ଭ କରି ଭଦ୍ରକ ସହରା‘ଂଳ ପଯର୍‍ୟନ୍ତ କରୋନା ତାର କାୟା ବିସ୍ତାର କରି ‘ାଲିଛି । ଜିଲ୍ଲାରେ ସ୍ୱାବ୍‍ ଟେଷ୍ଟ / ଏଂଟିଜେନ୍‍ ବ୍ଲଡ୍‍ ଟେଷ୍ଟ ଆଶାନୁରୂପ ହେଉନଥିବାରୁ ଏହା ଭବିଷ୍ୟତରେ ଭୟଙ୍କର ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଜିଲ୍ଲାରେ କରୋନାର ସ୍ୱାସ୍ଥ୍ର୍ୟ ବ୍ୟବସ୍ଥା କେବଳ ଲୋକ ଦେଖାଣିଆ, କାଗଜ କଲମରେ ସୀମିତ ।

କ୍ୱରେନ୍‍ଟାଇନ୍‍ କେନ୍ଦ୍ର ଗୁଡିକରେ ବ୍ୟାପକ ସମସ୍ୟା ସାଙ୍ଗକୁ ଅସ୍ୱାସ୍ଥ୍ୟକର ପରିବେଶ କରୋନାକୁ ପ୍ରାଥମିକ ପଯର୍‍ୟାୟରୁ ବଢି ‘ାଲିଛି । ବିଶେଷ କରି ଭଦ୍ରକ ସହରା‘ଂଳ କରୋନାର ବ୍ୟାପକତା କ୍ରମଶଃ ଉଗ୍ର ନେବାରେ ଲାଗିଛି । ଗତକାଲି ଜଣେ ପୌର କର୍ମ‘ାରୀ କରୋନା ଆକ୍ରାନ୍ତ ହେବା ପରେ ଭଦ୍ରକ ପୌର କାଯର୍‍ୟାଳୟକୁ ଗତକାଲି ବନ୍ଦ କରିଦିଆଯାଇଛି । ପୌରପାଳିକାର ବିିଭିନ୍ନ ଓ୍ୱାର୍ଡରେ ଗତ ୨ ମାସ ଧରି କରୋନା ଆକ୍ରାନ୍ତ ‘ିହ୍ନଟ ହେଉଥିବା ବେଳେ ଆକ୍ରାନ୍ତଙ୍କ ‘ିକିତ୍ସା ପାଇଁ ପଠାଇ ଦେଇ ସଂପୃକ୍ତ ଅଂ‘ଳରେ କୌଣସି ବାସ୍ତବ ପଦକ୍ଷେପ ନ ନେବା ଫଳରେ ବାରମ୍ବାର ସଂକ୍ରମଣ ଘଟିବାରେ ଲାଗିଛି ।

ଗତକିଛି ଦିନ ଧରି ସ୍ଥାନୀୟ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ମାର୍ଚ୍ଚ ୩୧ ଓ ମେ ମାସରେ ଲକ୍‍ଡାଉନ ଓ ସଟ୍‍ଡାଉନ ପ୍ରଭାବ ଭଦ୍ରକରେ ପରିସ୍ଥିତି ସୁଧାର ଥିବାବେଳେ ଜୁନ୍‍ ଓ ଜୁଲାଇରେ ଅନ୍‍ଲକ୍‍ ପୀଡିୟର କଟକଣାକୁ ସମ୍ପୂର୍ଣ୍ଣ କହୋଳ ଏହାର ସଂକ୍ରମଣରେ ସହାୟକ ହେଉଛି ବୋଲି ବହୁ ‘ିକିତ୍ସକ ମତ ଦେଉଛନ୍ତି । ମାସ୍କ ପିନ୍ଦିବା ପ୍ରତି ଲୋକମାନେ ସେ‘ତନ ନଥିବାବେଳେ ପୋଲିସ ପ୍ରଶାସନ ଏନେଇ ନିରବତା ଅବଲମ୍ବନକୁ ଶ୍ରେୟ ମଣୁଛନ୍ତି । ଅପରପକ୍ଷରେ ପୋଲିସ ପ୍ରଶାସନର କଟକଣାରେ ବେଳେ ରାଜନୈତିକ ହସ୍ତକ୍ଷେପ ସେମାନଙ୍କ ନିରବ ରହିବାକୁ ବାଧ୍ୟ କରୁଛି ।

ସାଧାରଣ ଲୋକମାନେ ଖୋଲାଖୋଲି ଭାବରେ ବଜାରରେ ବୁଲୁଛନ୍ତି, ଭିଡଜମାଉଛନ୍ତି ଯେପରି ଭଦ୍ରକରେ କରୋନା ବୋଲି କିଛି ନାହିଁ ଏହି ଧାରଣା ଆସୁଛି । କିନ୍ତୁ କରୋନା କୁମ୍ଭୀର ମଝି ନଈରେ ହେଲାଣି ଏ କଥା ଭଦ୍ରକ ଜନସାଧାରଣ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି । ବୁଦ୍ଧିଜୀବୀ ମାନେ ସୋସିଆଲ୍‍ ମିଡିଆରେ ଏଥିପାଇଁ ସେ‘ତନତା ସୃଷ୍ଟି କରୁଥିଲେ ହେଁ ସାଧାରଣ ଲୋକ କିଛି ବୁଝୁନାହାନ୍ତି । ଅପରପକ୍ଷରେ ପୋଲିସ ପ୍ରଶାସନ ଏମାନଙ୍କୁ ଅମାନିଆ ବୋଲି କହି ହାତବାନ୍ଦି ବସିଯାଉଛନ୍ତି । ସତେଯେପରି ଅମାନିଆଙ୍କ ପାଇଁ ପୋଲିସ ପ୍ରଶାସନର କୌଣସି ନୀତି ନିୟମ ନାହିଁ । ସାଧାରଣ ଜନତାର ଅମାନିଆ ପଣ ପୋଲିସ ପ୍ରଶାସନର ନିରବତା ଓ ଜିଲ୍ଲାର ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଗାମୀ ଦିନରେ କରୋନାର ଉଗ୍ର ତାଣ୍ଡବ ସୃଷ୍ଟି କରିବ ଏହାକୁ ଏଡାଇ ଦିଆଯାନପାରେ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।

ଏହି ସମୟରେ ରାଜ୍ୟ ଅନ୍ୟ କେତେକ ଜିଲ୍ଲାରେ ଲକ୍‍ଡାଉନ ହେବା ଭଳି ଭଦ୍ରକ ଜିଲ୍ଲାରେ କେତେକ ଅଂ‘ଳରେ ଲକ୍‍ଡାଉନର ଆବଶ୍ୟକତା ଅଛି ବୋଲି ବରିଷ୍ଠ ଆଇନଜୀବୀ ଓ ଅବସରପ୍ରାପ୍ତ ପୋଲିସ ଅଧିକାରୀ ମତ ରଖିଛନ୍ତି । କେବଳ ଣ୍ଟକଟେଂମେଟଂ ଜୋନଭଳି ବର୍ତମାନର ପରିସ୍ଥିତିକି ସୁଧାରି ହେବନାହିଁ । ଭଦ୍ରକ ମହାବିଦ୍ୟାଳୟରେ ଏବେ ଯୁକ୍ତ ୨ ପରୀକ୍ଷା ଖାତାର କେନ୍ଦ୍ରୀୟ ମୂଲ୍ୟାୟନ ‘ାଲିଛି । କିଛି ଦିନ ତଳେ ଏଠାରେ ଜଣେ ଅଧ୍ୟାପକ ଆକ୍ରାନ୍ତ ହେବାର ଜଣା ପଡିବା ପରେ ଅନ୍ୟ ପରୀକ୍ଷକ ଆଶଙ୍କିତ ହୋଇପଡିଛନ୍ତି । ଜଣେ ପରୀକ୍ଷକ ନିଜ ନାମ ଗୋପନ କରି କହିଛନ୍ତି ଏହି ସମୟରେ ଭଦ୍ରକ ମହାବିଦ୍ୟାଳୟ ମୂଲ୍ୟାୟନ କେନ୍ଦ୍ର ବିଭିନ୍ନ କାରଣରୁ କରୋନା କେନ୍ଦ୍ରରେ ପରିଣତ ହୋଇଛି ।

ଏହି ମହାବିଦ୍ୟାଳୟର ବହୁ କୋଠରିକୁ କ୍ୱାରେଟାଂଇନ୍‍ କେନ୍ଦ୍ର ଭାବେ ନିଆଯାଇ ବହୁ ପ୍ରବାସୀଙ୍କୁ ଏଠାରେ ରଖାଯାଇଥିଲା । ଏହାର ପରିବେଶ ପ୍ରଦୂଷିତ ହେବା ପରେ ସଂପୃକ୍ତ କୋଠରି ଗୁଡିକ ଉପଯୁକ୍ତ ଭାବେ ସାନିଟାଇଜ୍‍ କରା ନଯିବା ଫଳରେ ମହାବିଦ୍ୟାଳୟର କର୍ମ‘ାରୀ ଓ ପରୀକ୍ଷକ ଏଠାକୁ ଆସିବାକୁ ଡରୁଛନ୍ତି । ପ୍ରତ୍ୟେକ ଦିନ ସ୍କୁଲ ପିଲାମାନେ ସହର ମୁଖ୍ୟ ରାସ୍ତାରେ ବିନା ମାସ୍କରେ ଟୁ୍ୟସନ ସେଟଂରକୁ ଯିବାର ଦୃଶ୍ୟ ଦେଖିବାକୁ ମିଳୁଛି । କେତେକ ଶିକ୍ଷକ ମଧ୍ୟ ଘର ଘର ବୋଲି ଟୁ୍ୟସନ କରୁଛନ୍ତି । ଏବେ କଳାହାଣ୍ଡିରେ ଜଣେ ଟୁ୍ୟସନ ମାଷ୍ଟର ଆକ୍ରନ୍ତ ହେବା ଓ ସୁପରସ୍ପେଡର ହେବା ଘଟଣା ଜଣା ପଡିବା ପରେ ଏ ନେଇ ଭଦ୍ରକରେ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ପରସ୍ଥିତି ଅଣାୟତ ହେବା ପୂର୍ବରୁ ଜନସାଧାରଣ ଓ ପ୍ରଶାସନ ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ହୋଇଛି ବୋଲି ବୁଦ୍ଧିଜୀବୀ ଜଣାଇଛନ୍ତି । କରୋନା ଭୟରେ ଡାକ୍ତରମାନେ ଅନ୍ୟ ସାଧାରଣ ରୋଗୀଙ୍କୁ ‘ିକିତ୍ସା କରୁନଥିବା ଫଳରେ ଜିଲ୍ଲାରେ ସାଧାରଣ ସ୍ୱାସ୍ଥ୍ୟସେବା ବିପଯର୍‍ୟସ୍ତ ହୋଇପଡିଛି ।

Nalco

Leave A Reply