ବଲିଉଡର ଦବଙ୍ଗ ଖାଁନଙ୍କର ସୁପରହିଟ ଚଳଚିତ୍ର ମାନଙ୍କ ମଧ୍ୟରୁ ଗୋଟିଏ ହେଲା “ବଜରଂଗୀ ଭାଇଜାନ “,ପାଞ୍ଚବର୍ଷ ପୂର୍ଣ୍ଣହେଲା l ଏହି ଚଳଚିତ୍ରଟି ବକ୍ସ ଅଫିସ୍ ରେ ଚହଳ ପକାଇଥିଲା l ଏହା ସହିତ ଖୁବଭଲ ମଧ୍ୟ ରୋଜଗାର କରିଥିଲା l ଏହି ଚଳଚିତ୍ରରେ ସଲମନ ଖାଁନ ଙ୍କ ସହିତ କରିନା କପୁର ଅଭିନୟ କରିଥିଲେ l ଏହି ଚଳଚିତ୍ରଟି ସବୁଠାରୁ ଅଧିକ ଟେଲିଭିଜନରେ ଦେଖା ଯାଇଥିବା ଚଳଚିତ୍ର ମାନଙ୍କ ମଧ୍ୟରୁ ଗୋଟିଏ l ସେ ଏହି ରେକଡ଼ଟିକୁ ନିଜ ନାମରେ କରି ନେଇଛି l କବିର ଖାଁନ ନିର୍ଦେଶିତ ଏହି ଚଳଚ୍ଚିତ୍ରଟି ପାକିସ୍ତାନର ଗୋଟିଏ ଛୋଟ ଝିଅର କାହାଣୀ ଉପରେ କରାଯାଇ ଥିଲା l ସଲମନ ଖାଁନ ଏହି ଚଳଚିତ୍ରରେ ଜଣେ ରାମଭକ୍ତ ଚରିତ୍ରରେ ଅଭିନୟ କରିଥିଲେ l
ପାଞ୍ଚବର୍ଷ ପୂର୍ତ୍ତି ଉପଲକ୍ଷ ସଲମନ ଖାଁନ ପ୍ରଡକ୍ସନ ହାଉସ ଓ ଡ଼ାଇରେକ୍ଟର କବିର ଖାଁନ ଏହି ଚଳଚିତ୍ର ସହିତ ଯୋଡି ହୋଇ ରହିଥିବା କିଛି ସୁନ୍ଦର ମୁହୂର୍ତ ଓ ସୁନ୍ଦର ଫଟକୁ ସେୟାର କରିଛନ୍ତି l କବିର ଖାଁନ ନିଜ ଟ୍ୱିଟର ଆକାଉଣ୍ଟରେ ଭାଇଜାନଙ୍କର ପୋଷ୍ଟର ସେୟାର କରି ଲେଖିଛନ୍ତି “ପାଞ୍ଚବର୍ଷ ପରେ ମଧ୍ୟ ଜାପାନର କେତେକ ସିନେମା ହଲରେ ଆଜି ମଧ୍ୟ ଏହି ଚଳଚିତ୍ରର ଚାହିଦା ରହିଛି “l ଏହି ଚଳଚ୍ଚିତ୍ରଟି ଦେଶ ଓ ବିଦେଶରେ ଅନେକ ଲୋକଙ୍କ ମନ କିଣିଥିଲେ l ସଲମନ ଖାଁନ ପ୍ରଡକ୍ସନ ହାଉସ ଗୋଟିଏ ଭିଡିଓକ୍ଲିପ ସେୟାର କରି ଲେଖିଛନ୍ତି ଯେ “ଆମର ପ୍ରଥମ ଚଳଚିତ୍ର ପାଞ୍ଚବର୍ଷ ପୁରା କରିଛି ତାହାକୁ ମାନେ ପକାଇ ଏହି ଭିଡିଓକ୍ଲିପଟି ସେୟାର କଲୁ “l
ଏହି ଚଳଚିତ୍ରରେ ନବାଜଉଦିନ ସିଦ୍ଧିକି ଏକ ପାକିସ୍ତାନ ରିପୋଟରର ଅଭିନୟ କରିଛନ୍ତି l ଏହି ରୋଲ ପାଇଁ ପ୍ରଥମେ ଇମ୍ରାନ୍ ହାସମୀଙ୍କୁ ଦିଆ ଯାଇଥିଲା କିନ୍ତୁ ସେ ଏହାକୁ ଅତି ଛୋଟ ରୋଲ କହି ରିଜେକ୍ଟ କରି ଦେଇଥିଲେ l
