ଭଦ୍ରକ :ଭଦ୍ରକ ଗତ ୨ଦିନ ମଧ୍ୟରେ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ପ୍ରଶାସନ ଆଶ୍ୱସ୍ତି ପ୍ରକାଶ କରୁଥିବା ବେଳେ ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ କୋରକୋରା ନୋଡାଲୟୁପି ସ୍କୁଲ ଟିଏମ୍ସି(ସଙ୍ଗରୋଧ କେନ୍ଦ୍ର)ରେ ଜଣେ ୬୦ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମୃତକ ଜଣଙ୍କ ୩ଘଣ୍ଟା ପୂର୍ବରୁ ସଂପୃକ୍ତ ଟିଏମସିରେ ଭର୍ତ୍ତି ହୋଇଥିଲେ । ମୃତକଙ୍କ ନାମ ରାଧାଶ୍ୟାମ ପାଣି ଓ ତାଙ୍କ ଘର କୋରକୋରା ଗାଁରେ । ଗତକାଲି କୋଲକତାରୁ ଫେରି ସେ ରାତି ୧୨ଟା ବେଳେ ଟିଏମ୍ସିରେ ଆସି ରହିଥିବା କଥା ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ଜେନା ସୂଚନା ଦେଇଛନ୍ତି ।
ରାତି ପ୍ରାୟ ୩ଟା ବେଳେ ତାଙ୍କ ମୃତ୍ୟìର ଖବର ପାଇ ସରପଞ୍ଚ ଶ୍ରୀମତୀ ଜେନା କେନ୍ଦ୍ରରେ ପହଞ୍ଚିଥିଲେ । ପରେ ପରେ ପ୍ରଶାସନକୁ ମୃତ୍ୟì ସମ୍ପର୍କୀତ ସୂଚନା ଦେଇଥିଲେ । ସକାଳେ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଓ ତହସିଲଦାର ଜ୍ୟୋତିବିକାଶ ଦାଶ, ଅତିରିକ୍ତ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ, ପୋଲିସ ଡିଏସ୍ପି ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ୍ୟì ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ପରେ କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ମୃତକଙ୍କ ବ୍ୟବଚ୍ଛେଦ ଆଦି କାର୍ଯ୍ୟ କରାଯାଇଥିଲା । ତେବେ ମୃତ୍ୟì ସମ୍ପର୍କରେ ତହସିଲଦାର ଶ୍ରୀ ଦାଶ କହିଛନ୍ତି, ପୂର୍ବରୁ ମୃତକ ବିଭିନ୍ନରୋଗରେ ଆକ୍ରାନ୍ତ ଥିଲେ । ଅନ୍ୟପକ୍ଷରେ ଆଜି ଜିଲ୍ଲାରେ ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଜଣଙ୍କ ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିସିାଳୟ ଆସୋଲେସନରେ ଥିଲେ ।
ଏହି ଆକ୍ରାନ୍ତ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ୧୫୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୫ଜଣ ସୁସ୍ଥ ହୋଇ ସାରିଛନ୍ତି । ୧୭ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧିନ ଅଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି କିପରି ହ୍ରାସ ପାଇ ଜିଲ୍ଲା ସମ୍ପୂର୍ଣ୍ଣ କରୋନାମୁକ୍ତ ହେବ ସେଥିଲାଗି ସମସ୍ତଙ୍କ ସହଯୋଗ ଓ ସଚେତନତାକୁ ଜିଲ୍ଲାପାଳ ଜ୍ଞାନ ଦାସ ଗୁରୁତ୍ୱ ଦେଇଛନ୍ତି । ଆଜି ଏଥିଲାଗି ସହରରେ ଯାଞ୍ଚ ପ୍ରକିୟାକୁ କଡାକଡି କରାଯାଇଛି । ପୁଲିସ ବିଭିନ୍ନ ଛକରେ ମାସ୍କ ଚେକିଂକୁ ବ୍ୟାପକ କରାଯାଇଛି । ଆଜି ମାସ୍କ ନପିନ୍ଧିଥିବା ଲୋକଙ୍କ ଠାରୁ ମୋଟ ୬୨ ହଜାର ଯଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଗାଡି ଯାଞ୍ଚରେ ମୋଟ ୭୧ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ଏହା ଆଗାମୀ ଦିନରେ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।