ଭଦ୍ରକ :ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍(ଏଜିଇଏଲ୍)କୁ ମିଳିଛି ବିଶ୍ୱର ସର୍ବବୃହତ ସୋଲାର ଆଓ୍ୱର୍ଡ । ସୋଲାର ଏନର୍ଜି କରପୋରେସନ ଅଫ୍ ଇଣ୍ଡିଆଠାରୁ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏହାର ପ୍ରଥମ ଉପିାଦନ ସଂଯୁକ୍ତ ସୋଲାର ଚୁକ୍ତିନାମା ଜିତିଛି । ପୁରସ୍କାରର ଏକ ଅଂଶ ଭାବେ ଏଜିଇଏଲ୍ ୮ ଗିଗାଓ୍ୱାଟ୍ ସୋଲାର ପ୍ରକଳ୍ପର ବିକାଶ କରିବ ଏବଂ ଏକ ପ୍ରତିବଦ୍ଧତା ସହିତ ଆଦାନୀ ସୋଲାର ୨ ଗିଗାଓ୍ୱାଟ୍ ଅତିରିକ୍ତ ସୋଲାର ସେଲ୍ ଓ ମଡୁ୍ୟଲ ଉପିାଦନ କ୍ଷମତା ପ୍ରତିଷ୍ଠା କରିବ ।ଏହି ପୁରସ୍କାର ବିଶ୍ୱରେ ସୌରଶକ୍ତି କ୍ଷେତ୍ରରେ ସର୍ବାଧିକ ୪୫ ହଜାର କୋଟିର ଏକକ ବିନିଯୋଗ ହେବ ଏବଂ ୪ ଲକ୍ଷ ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ।
ଏହା ମଧ୍ୟ ଜୀବନକାଳ ମଧ୍ୟରେ ୯୦୦ମିଲିୟନ ଟନ୍ ଅଙ୍ଗାରକାମ୍ଳ ବିସ୍ଥାପିତ କରିବ ।ଏହି ବିଜୟ ସହିତ, ଏଜିଇଏଲ୍ ବର୍ତ୍ତମାନ କାଯର୍ୟ, ନିର୍ମାଣ ତଥା ଚୁକ୍ତିନାମା ଅନୁଯାୟୀ ୧୫ ଗିଗାଓ୍ୱାଟ୍ କ୍ଷମତା ପାଇବ ଯାହାଦ୍ୱାରା ୨୦୨୫ ସୁଦ୍ଧା ବିଶ୍ୱର ସର୍ବବୃହତ ନବୀକରଣ ଯୋଗ୍ୟ କମ୍ପାନୀ ହେବା ଦିଗରେ ଯାତ୍ରା ତ୍ୱରାନ୍ୱିତ ହେବ ।ଏହି ପୁରସ୍କାର କମ୍ପାନୀକୁ ୨୦୨୫ ସୁଦ୍ଧା ୨୫ ଗିଗାଓ୍ୱାଟ୍ ନବୀକରଣ ଯୋଗ୍ୟ ଶକ୍ତିର ଏକ ସ୍ଥାପିତ ଉପିାଦନ କ୍ଷମତା ହାସଲ କରିବାର ଲକ୍ଷ୍ୟକୁ ନିକଟତର କରିବା ଯାହା ପରବର୍ତ୍ତୀ ୫ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୧୨,୦୦୦କୋଟି (୧୫ ବିଲିୟନ ଡଲାର) ବିନିଯୋଗ କରିବ ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ ହେବା ପରଠାରୁ ଏହା ହେଉଛି ଏକମାତ୍ର ବୃହତ ବିନିଯୋଗ ।ଏହି ବିଜୟ ସମ୍ପର୍କରେ ନିଜର ମତ ରଖି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ଏହି ଗୁରୁତ୍ୱପୂର୍ଣ୍ଣ ସୌର ପୁରସ୍କାର ପାଇଁ ମନୋନୀତ ହୋଇ ଆମେ ଗର୍ବିତ । ନବୀକରଣଯୋଗ୍ୟ ଶକ୍ତି ବିଶ୍ୱର ସବୁଠାରୁ ସ୍ୱଚ୍ଛ ଓ ଅର୍ଥନୈðତିକ ଇନ୍ଦନରେ ପରିଣତ ହେବା ନିଶ୍ଚିତ ଏବଂ ଆଦାନୀ ଗ୍ରୁପ ଏହି ଯାତ୍ରାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବାକୁ ଚାହୁଁଛି । ଏହି ପୁରସ୍କାର ଭାରତର ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏକ ପଦକ୍ଷେପ ହେବା ସହ ଆତ୍ମ ନିର୍ଭର ଭାରତ ଅଭିଯାନକୁ ସକ୍ଷମ କରିବ ବୋଲି ସେ କହିଛନ୍ତି
