Odisha news

ଓଡିଶା କ୍ଷେତ ମଜଦୁରୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର

0

ତିହିଡି :ଓଡିଶା କ୍ଷେତ ମଜଦୁରୟୁନିୟନ ତିହିଡି ବ୍ଲକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସଙ୍ଗଠନର ଜିଲ୍ଲା ସଭାପତି ପ୍ରଫୁଲ ପାଢୀ, ସଂପାଦକ ନିର୍ମଳ ଦଳେଇ, ରାମଚନ୍ଦ୍ର ମହାଳିକ, ଜିଲ୍ଲା ଉପସଭାପତି ବିଷ୍ଣୁ ଦାସ, ସତ୍ୟବ୍ରତ କୁଣ୍ଡ, କୃଷ୍ଣଚନ୍ଦ୍ର ମଳିକ, ମୋହନ ମହାଳିକ, ବାଦଳ ଦାସ ଓ ଜ୍ୟୋର୍ତିମୟ ମଳିକଙ୍କ ଦସ୍ତଖତ ସମ୍ବଳିତ ଏହି ଦାବିପତ୍ରରେ ମୋଟ ୧୧ଟି ଦାବି ସଂପର୍କରେ ଉଲ୍ଲେଖ ରହିଛି ।

ଦାବି ଗୁଡିକ ମଧ୍ୟରେ ସମସ୍ତ ଅଣ ଆୟ ଶ୍ରେଣୀର ଜନଗଣଙ୍କୁ ମାସିକ ୭ହଜାର ୫ଶହ ଟଙ୍କା ଆଗାମୀ ୩ ମାସ ଯାଏଁ ପ୍ରଦାନ କରିବା, ପ୍ରତ୍ୟେକ ପରିବାରକୁ ମୁଣ୍ଡପିଛା ୧୦ କିଗ୍ରା ଚାଉଳ/ଗହମ ଆଦି ଆବଶ୍ୟକୀୟ ସାମଗ୍ରୀ ୬ ମାସ ପାଇଁ ମାଗଣାରେ ପ୍ରଦାନ କରିବା, ସମସ୍ତ କୃଷକ ଓ କୃଷି ଶ୍ରମିକଙ୍କୁ ଏକକାଳୀନ ଋଣମୁକ୍ତ କରାଯିବା ଓ ଆସନ୍ତା ଚାଷ ଲାଗି ସୁଧମୁକ୍ତ ଋଣ ଯୋଗାଇ ଦିଆଯିବା, ଗ୍ରାମାଞ୍ଚଳରେ ସମସ୍ତ ଇଚ୍ଛୁକ ଶ୍ରମିକଙ୍କୁ ମନରେଗା ଯୋଜନାରେ ଦୈନିକ ୩ଶହ ଟଙ୍କା ମଜୁରିରେ ୨ଶହ ଦିନ ଯୋଗାଇ ଦିଆଯିବା, ପ୍ରବାସୀ ଶ୍ରମିକଙ୍କୁ ନିଜ ଅଞ୍ଚଳରେ କାମ, ମୃତ ଓ ଆହତ ଶ୍ରମିକଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବା, କୃଷକ ଉପିାଦନ କରୁଥିବା ସମସ୍ତ ଫସଲର ସଠିକ ନିମ୍ନ ସହାୟକ ମୂଲ୍ୟ (ସି-୨ଯୁକ୍ତ ୫୦ ଶତକଡା) ଆଧାରରେ ସ୍ଥିର କରାଯିବା ଏବଂ କ୍ରୟ କରାଯିବାର ସୁନିଶ୍ଚିତ ବ୍ୟବସ୍ଥା କରାଯିବା, ଗ୍ରାମାଞ୍ଚଳରେ ସମସ୍ତ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସୁନିଶ୍ଚିତ କରାଯିବା, ଓଡିଶା ରାଜ୍ୟ ସରକାର ଜାରି କରିଥିବା ଘଣ୍ଟାକୁ ଫାର୍ମି ଅଧ୍ୟାଦେଶ-୨୦୨୦କୁ ପ୍ରତ୍ୟାହାର କରାଯିବା, ଜନଗଣଙ୍କ ଠାରୁ କରୋନ ସମୟରେ ଋଣ ଆଦାୟ ବନ୍ଦ କରାଯିବା, ସାଧାରଣ ବିଜୁଳି ଉପଭୋକ୍ତାଙ୍କ ୩ମାସର ବିଜୁଳି ବିଲ ଛାଡ କରାଯିବା, ଚାଷୀଙ୍କୁ ଆସନ୍ତା ଖରିଫ ଚାଷ ଲାଗି ମାଗଣାରେ ବିହନ ଯୋଗାଇବା ସହ ବୁଲବୁଲ କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯିବା ଆଦି ଅନ୍ତର୍ଭୁକ୍ତ ରହିଛି ।

Nalco

Leave A Reply